ଆନ୍ଧ୍ରପ୍ରଦେଶର ଏକ ଦମ୍ପତି ଜଳ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟକରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଏହି ଦମ୍ପତି ହେଉଛନ୍ତି ଆଇଏଫ୍ଏସ୍ ବିନୀତ କୁମାର ଓ ରୂପକ ଯାଦବ। ସେମାନେ ଅନନ୍ତପୁର ଜିଲାରେ ପୋଖରୀ ପୁନରୁଦ୍ଧାର କରୁଛନ୍ତି। ଏହିସବୁ ପୁଷ୍କରିଣୀ ବିଭିନ୍ନ କାରଣରୁ ଶୁଖିଯାଇଥିଲା। କଲ୍ୟାଣଦୁର୍ଗମ ଓ ରାୟଦୁର୍ଗମ ସହର ଆଖପାଖ ଗାଁଗୁଡ଼ିକରେ କୌଣସି ପୋଖରୀରେ ପାଣି ନ ଥିଲା। ସେମାନେ ଏବେ ସୁଦ୍ଧା ସେମିତିକା ୧୧ଟି ପୁଷ୍କରିଣୀର ପୁନରୁଦ୍ଧାର କରିସାରିଲେଣି। ଏବେ ସେସବୁ ଜଳପୂର୍ଣ୍ଣ। ଫଳରେ ଚାଷ କରି ନ ପାରି ଯେଉଁମାନେ ଗାଁ ଛାଡ଼ି ଚାଲିଯାଇଥିଲେ ସେମାନେ ଗାଁକୁ ଫେରି ଆସି କୃଷିକାର୍ଯ୍ୟରେ ଲାଗିଲେଣି। ଅନନ୍ତ ନିରୁ ସଂରକ୍ଷଣମ୍ ପ୍ରୋଜେକ୍ଟ ମାଧ୍ୟମରେ ସେମାନେ ଏହି କାର୍ଯ୍ୟ କରୁଛନ୍ତି। ଏହି ଦମ୍ପତିଙ୍କୁ ଗ୍ରାମବାସୀ ଓ ବନ ବିଭାଗ ସାହାଯ୍ୟ କରୁଛନ୍ତି। କେବଳ ଏତିକି ନୁହେଁ, ବିନୀତ ଓ ରୂପକ ପୋଖରୀ ପୁନରୁଦ୍ଧାର କରିବା ସହ ନୂଆ ପୋଖରୀ ଖନନ କରୁଛନ୍ତି। ପରିବେଶ ସୁରକ୍ଷା ସକାଶେ ସେମାନେ ବୃକ୍ଷରୋପଣ ମଧ୍ୟ କରୁଛନ୍ତି।