କାଗଜ ଉତ୍ପାଦନ ପାଇଁ ଗଛ କାଟି ପରିବେଶକୁ ନଷ୍ଟ କରାଯାଉଛି। ଏଣୁ ଗଛ କଟା ହ୍ରାସ କରିବାକୁ କାଗଜ ତିଆରିର ନୂଆ ପଦ୍ଧତି ଆପଣାଇଛନ୍ତି ତାମିଲନାଡୁର ସୁସ୍ମିତା କ୍ରିଷ୍ଣନ। ୨୫ ବର୍ଷୀୟା ସୁସ୍ମିତା ପାଣିରେ ବଢୁଥିବା କଲିକତି ଦଳରୁ କାଗଜ ତିଆରି କରୁଛନ୍ତି। ଏଥିପାଇଁ ୧୫୦-ମହିଳାଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଇଛନ୍ତି। ସୁସ୍ମିତା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସରୁ ଶିକ୍ଷା ଲାଭ କରି ଜର୍ମାନୀର ହମବର୍ଗ ବିଶ୍ୱବିଦ୍ୟାଳୟରେ ଗବେଷଣା କରୁଥିବା ସମୟରେ କଳିକତି ଦଳରୁ କାଗଜ ତିଆରି କରିବାର ସିଦ୍ଧାନ୍ତରେ ପହଞ୍ଚିଥିଲେ। ସେଠାରୁ ଭାରତ ଫେରିବା ପରେ ସେ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି। କଲିକତି ଦଳ ପାଣିକୁ ପରିଷ୍କାର କରିବାର କ୍ଷମତା ଥିବାବେଳେ ଏହା ଦ୍ରୁତ ଗତିରେ ବଢି ପାଣିକୁ ଆଚ୍ଛାଦିତ କରିଦିଏ। ଫଳରେ ପାଣିରେ ସୂଯ୍ୟାଲୋକ ପଡ଼ିପାରେ ନାହିଁ ଓ ଅମ୍ଳଜାନ ସ୍ତର କମିଯାଏ । ଫଳରେ ଜଳ ଜୀବଙ୍କ ମୃତ୍ୟୁ ଘଟେ। ତେବେ ଏହି ସମସ୍ୟାକୁ ଉପଲବ୍ଧି କରି ସୁସ୍ମିତା ଗବେଷଣା କରି କାଗଜ ତିଆରି ସୂତ୍ର ପାଇପାରିଥିଲେ। ୧କେଜି ଦଳରୁ ୩୦ଟି ଏ୪ ସାଇଜ କାଗଜ ତିଆରି ହୋଇପାରୁଛି। ଦଳରୁ ପ୍ରଥମେ ରସ ପ୍ରସ୍ତୁତ କରାଯାଇ ପରେ ସେଥିରୁ କାଗଜ ତିଆରି ହେଉଛି। ସୁସ୍ମିତା ତାମିଲନାଡୁର ତ୍ରିଚି ଅଞ୍ଚଳରୁ ଏହି ଦଳ ସଂଗ୍ରହ କରୁଛନ୍ତି। ଏପରିକି ଅନେକ ଜଳାଶୟରେ ଏହି ଦଳ ବଢ଼ାଯାଉଛି।