Categories: HomeHome Left

ଏଇ ଭାରତରେ

ବର୍ତ୍ତମାନ ଶ୍ରବଣ କୁମାରଙ୍କ ଭଳି ମାତାପିତାଙ୍କୁ ଭକ୍ତି ପ୍ରଦର୍ଶନ କଥା ଭାବିଲେ ଅସମ୍ଭବ ମନେହୁଏ। କିନ୍ତୁ ଏଭଳି ଭକ୍ତି ପ୍ରଦର୍ଶନ କରି ଉଦାହରଣ ସାଜିଛନ୍ତି ଉତ୍ତରପ୍ରଦେଶ ବୁଲନ୍ଦସହରର ସିକନ୍ଦରାବାଦ ଅଞ୍ଚଳର ଚାରି ପୁଅ ଓମକାର, ସନି, ନୀରଜ ଓ ହେମନ୍ତ। ଏମାନେ କାଉଡି ଭାରରେ ଗଙ୍ଗାଜଳ ସହିତ ଜନ୍ମଦାତ୍ରୀ ମା’ଙ୍କୁ ତୀର୍ଥ କରାଇବା ପାଇଁ ନେଉଛନ୍ତି। ଏମାନେ ଶ୍ରାବଣ ସୋମବାରରେ ହରିଦ୍ୱାରରୁ ଗଙ୍ଗାଜଳ ନେଇ ମହାଦେବଙ୍କୁ ଲାଗି କରାଇବାକୁ ଯାଉଛନ୍ତି। କାଉଡି ଭାରରେ ଗୋଟିଏ ପଟେ ଗଙ୍ଗାଜଳ ଓ ଅନ୍ୟପଟେ ମା’ଙ୍କୁ ବସାଇଛନ୍ତି। ମା’ ପ୍ରତି ସେମାନଙ୍କର ଭଲପାଇବା ହିଁ ସେମାନଙ୍କୁ ଏଭଳି ଏକ ପଦକ୍ଷେପ ନେବାପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି ସେମାନେ କହିଛନ୍ତି। ମା’ର ଖୁସି ପାଇଁ ସେମାନେ ସବୁକିଛି କରିପାରିବେ ଓ ଜନ୍ମ ଜନ୍ମ ପାଇଁ ଏଇ ମା’ କୋଳରେ ଜନ୍ମ ନେବାକୁ ଠାକୁରଙ୍କୁ ପ୍ରାର୍ଥନା ବି କରୁଛନ୍ତି। ସେଇ ମା’ର ଇଚ୍ଛା ଅନୁସାରେ ମନ୍ଦିରରେ ପହଞ୍ଚତ୍ ସମସ୍ତେ ଏକାଠି ହୋଇ ମହାଦେବଙ୍କ ପାଖରେ ଜଳଲାଗି କରିବେ। ଅନ୍ୟ ସମସ୍ତ କାଉଡିଆଙ୍କ ସହିତ ସେମାନଙ୍କର ଏହି ଯାତ୍ରା ଲୋକଙ୍କୁ ବେଶ୍‌ ଆକୃଷ୍ଟ କରିପାରିଛି।