ମହାରାଷ୍ଟ୍ରର ସୁନୀଲ କୋଲ୍ପେ ୧୬ଟି ମଇଁଷି କିଣି ଏକ ସ୍ମାର୍ଟ ଡାଇରି ଫାର୍ମ କରିଛନ୍ତି ।
ସୁନୀଲଙ୍କ ବୟସ ଏବେ ୪୩ ଓ ମହାରାଷ୍ଟ୍ର ଯୁବତମଲ ଜିଲାର ଛୋଟ ସହର ମହାଗାଓଁରେ ରହୁଛନ୍ତି ଏବଂ ଏହାଠାରୁ ତାଙ୍କ ଫାର୍ମ ୧୩ କିଲୋମିଟର ଦୂରରେ ଅଛି। ଏହି ଫାର୍ମ ୨୪ ଏକର ଜମିରେ ହୋଇଛି । ସେ କ୍ଷୀର ବିକ୍ରି କରିବା ପାଇଁ ସ୍ମାର୍ଟ କାର୍ଡଯୁକ୍ତ ମିଲ୍କ ଏଟିଏମ୍, ଆଇସ୍କ୍ରିମ ପାର୍ଲର କରିଛନ୍ତି। କ୍ଷୀର ଓ ଏଥିରୁ ପ୍ରସ୍ତୁତ ଉତ୍ପାଦ ବିକ୍ରି କରି ସୁନୀଲ ମାସକୁ ୭୫ ହଜାର ଟଙ୍କା ରୋଜଗାର କରୁଛନ୍ତି। ଦିନକୁ ଏବେ ୩୫୦ ଲିଟର କ୍ଷୀର ବିକ୍ରି କରୁଛନ୍ତି। କେବଳ ଏଟିଏମ୍ ମାଧ୍ୟମରେ ସେ କ୍ଷୀର ବିକୁନାହାନ୍ତି, ବରଂ ଘରକୁ ଘର ବୁଲି କ୍ଷୀର ଦେଉଛନ୍ତି। ସେ ବୈଜ୍ଞାନିକ ପଦ୍ଧତିରେ ଗୁହାଳ କରିଛନ୍ତି ଓ ଏଥିରେ ୫.୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପ୍ରଥମେ ସେ ପନିପରିବା ଚାଷ କରିଥିଲେ। କିନ୍ତୁ ସେଥିରେ କ୍ଷତି ହେବାରୁ ମଇଁଷିି ରଖିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ତାଙ୍କ ଜୀବନର ମୋଡ଼ ହିଁ ବଦଳାଇଦେଇଛି। ସୁନୀଲ ଫାର୍ମରେ ମଇଁଷି ପାଳନ କରିବା ସହିତ ଆଖୁ, ସୋୟାବିନ ଓ କପାଚାଷ ମଧ୍ୟ କରୁଛନ୍ତି।