ଏଇ ଭାରତରେ

ଡ୍ରାଗନ ଫ୍ରୁଟ୍ସ ଚାଷରୁ ବର୍ଷକୁ ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଉତ୍ତରପ୍ରଦେଶର ଅନସୁଲ ମିଶ୍ରା। ବହୁ ବର୍ଷ ଧରି ଚାଷ ହେଉ ନ ଥିବା ତାଙ୍କ ପୈତୃକ ଜମିରେ ଏହି ଚାଷ କରି ସେ ଏଭଳି ସଫଳତା ପାଇଛନ୍ତି। ଅନସୁଲ ଚେନ୍ନାଇରେ ଇଞ୍ଜିନିୟରିଂ ପଢ଼ା ଶେଷ କରି ଚାକିରି ନ କରି ତାଙ୍କ ଗାଁ ଚିଲାଓ୍ବାକୁ ଫେରି ଏହି ଚାଷ କରିବାକୁ ଯୋଜନା କରିଥିଲେ। ମହାରାଷ୍ଟ୍ର ସୋଲାପୁର ଜିଲାରୁ ୧୬୦୦ ଚାରା ସଂଗ୍ରହ କରି ପ୍ରଥମେ ଏକ ଏକର ଜମିରେ ଲଗାଇଥିଲେ ଓ ୧୮ ମାସ ପରେ ୨୦୨୦ରେ ପ୍ରଥମ ଡ୍ରାଗନ ଫ୍ରୁଟ୍ସ ଉତ୍ପାଦନ କରିଥିଲେ। ୬ ବର୍ଷ ମଧ୍ୟରେ ୪ ଏକରକୁ ଚାଷ ବଢ଼ାଇପାରିଛନ୍ତି। ଏକର ପିଛା ୨୫ରୁ ୩୦ କୁଇଣ୍ଟାଲ ଡ୍ରାଗନ ଫ୍ରୁଟ୍ସ ଉତ୍ପାଦନ କରି କିଲୋପିଛା ୨୫୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହା ସହ ସେ ଡ୍ରାଗନ ଫ୍ରୁଟ୍ସ ନର୍ସରି କରି ଚାରା ବିକ୍ରି କରି ଲକ୍ଷାଧିକ ଟଙ୍କା ପାଉଛନ୍ତି।