ଏଇ ଭାରତରେ

ମହାରାଷ୍ଟ୍ରର ଏକ ଛୋଟ ଗାଁ ମାନ୍ୟାଚିଓ୍ବାଡ଼ି। ଏହାର ଲୋକସଂଖ୍ୟା ୪୨୦। ଏହି ଗାଁ ଏବେ ସମ୍ପୂର୍ଣ୍ଣ ସୌରଶକ୍ତିର ଗାଁ ହୋଇଯାଇଛି। ମାନ୍ୟାଚିଓ୍ବାଡ଼ିରେ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି) ଦ୍ୱାରା ଏହା ସମ୍ଭବ ହୋଇଛି। ଏସ୍‌ଏଚ୍‌ଜିର ମହିଳା ସଦସ୍ୟମାନେ ଟଙ୍କା ଆଦାୟ କରି ପଞ୍ଚାୟତ ସହଯୋଗରେ ଏହି କାର୍ଯ୍ୟ କରିଛନ୍ତି। ସେମାନେ ଘର ପିଛା ୪,୫୦୦ ଟଙ୍କା ଆଦାୟ କରି ସବୁ ସୋଲାର ପ୍ୟାନେଲ ଲଗାଇବା ସହ ସମସ୍ତଙ୍କ ଘରକୁ ସୋଲାର ଲ୍ୟାମ୍ପ ଯୋଗାଇ ଦେଇଛନ୍ତି। କିଛି ବର୍ଷ ପୂର୍ବେ ଏହି ଗାଁରେ ୮ରୁ ୧୦ ଘଣ୍ଟା ବିଦ୍ୟୁତ ରହୁ ନ ଥିଲା। ପିଲାମାନେ ପଢ଼ିିବାରେ ଅସୁବିଧା ହେଉଥିଲା। ଅଧିକ ସମୟ ଅନ୍ଧାରରେ ରହିବା ଯୋଗୁ ମହିଳାମାନେ ଘର କାମ ମଧ୍ୟ କରି ପାରୁ ନଥିଲେ। ଫଳରେ ଗାଁର ଏସ୍‌ଏଚ୍‌ଜି ନିଜସ୍ବ ଉଦ୍ୟମରେ ଗାଁରେ ବିଦ୍ୟୁତ ସମସ୍ୟା ଦୂର କରିବାକୁ ନିଷ୍ପତ୍ତି ନେଇଥିଲା। ଏବେ ୨୪ ଘଣ୍ଟା ବିଦ୍ୟୁତ୍‌ ମିଳିପାରୁଛି। ମୋବାଇଲ, ଇଣ୍ଟରନେଟ ସେବା ସହଜ ହେବା ସହ ସ୍କୁଲ, ରାସ୍ତାରେ ଲାଇଟ୍‌ ଜଳୁଛି। ଏପରିକି ଜଳ ଯୋଗାଣ ହୋଇପାରିଛି। ମାନ୍ୟାଚିଓ୍ବାଡ଼ିର ଲୋକମାନେ ସେମାନଙ୍କ ଜମି ଦେଇ ରାସ୍ତା ଚଉଡ଼ା କରିବା ସହ ଡ୍ରେନେଜ ବ୍ୟବସ୍ଥା କରିଛନ୍ତି। ସବୁଠୁ ବଡ଼ କଥା ହେଉଛି ଗ୍ରାମସଭା କରାଯାଇ ମୁଖିଆ ଚୟନ କରାଯାଏ ।