ଏଇ ଭାରତରେ

ଜଳ ପ୍ରଦୂଷଣ ଓ ସଙ୍କଟକୁ ଲକ୍ଷ୍ୟ କରି ତାହାର ସମାଧାନ ପାଇଁ ଆଗକୁ ବଢିଛନ୍ତି ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡର ରାମବାବୁ ତିଓ୍ବାରୀ। ଏବେ ତାଙ୍କୁ ୩୦ ବର୍ଷ। ସେ ନିଜ ଗାଁ ଅଧଓ୍ବାନର ଲୋକଙ୍କ ସହାୟତାରେ ପୋଖରୀ ପୁନରୁଦ୍ଧାର କରିବାରେ ଲଗିଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନେ ବୁନ୍ଦେଲଖଣ୍ଡର ୭୫ଟି ପୋଖରୀର ପୁନରୁଦ୍ଧାର କରିସାରିଲେଣି। ଅନେକ ପୋଖରୀରୁ ପଙ୍କ ବାହାର କରି ତାହାର ପାଣିକୁ ବ୍ୟବହାର ଉପଯୋଗୀ କରିପାରିଛନ୍ତି। ରାମବାବୁ ଏହି କାର୍ଯ୍ୟ ୧୭ ବର୍ଷ ବୟସରୁ ଆରମ୍ଭ କରିଥିଲେ। ସେ ସେତେବେଳେ ଦ୍ୱାଦଶ ଶ୍ରେଣୀରେ ପଢୁଥିଲେ ଓ ବୁନ୍ଦେଲଖଣ୍ଡର ଜଳ ସଙ୍କଟ ଦୂର କରିବା ଲାଗି ନିଷ୍ପତ୍ତି ନେଇ ନିଜ ଗାଁ ପୋଖରୀ ପୁନରୁଦ୍ଧାରରୁ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଏହା ତାଙ୍କ କ୍ୟାରିୟର ଓ ଜୀବନର ଗତିପଥରେ ମୁଖ୍ୟ ବିଷୟ ହୋଇଯିବ ବୋଲି ସେ କେବେ ବି କଳ୍ପନା କରି ନ ଥିଲେ।