ବେଆଇନ ଶିକାର ଯୋଗୁ ବହୁ ପ୍ରାଣୀଙ୍କ ଜୀବନ ଯାଉଛି। ଶିକାରୀଙ୍କୁ ରୋକିବା ପାଇଁ ବନ ବିଭାଗ ଅନେକ ପଦକ୍ଷେପ ନେଉଛନ୍ତି। ହେଲେ ବେସରକାରୀ ସ୍ତରରେ ପ୍ରାଣୀଙ୍କ ଜୀବନ ବଞ୍ଚାଉଛନ୍ତି ମହାରାଷ୍ଟ୍ର ଓ୍ବାର୍ଦ୍ଧାର ଏକ ଟିମ୍। ଏହି ଟିମ୍ ଆହତ ବାଘ, ବିଲୁପ୍ତି ପଥରେ ଥିବା ବିଭିନ୍ନ ପକ୍ଷୀ, ବଜ୍ରକାପ୍ତା, ସ୍ଲଥ ବିୟର, ହରିଣ, କୁଟୁରା, ମାଙ୍କଡ଼ ଇତ୍ୟାଦି ବନ୍ୟଜୀବଙ୍କୁ ଉଦ୍ଧାର କରି ଓ୍ବାର୍ଦ୍ଧା ସ୍ଥିତ ପିଏଫ୍ଏ ଓ୍ବାଇଲ୍ଡ ଲାଇଫ ରେସ୍କ୍ୟୁ ଆଣ୍ଡ୍ ରିହାବିଲିଟେଶନ ସେଣ୍ଟରରେ ସେମାନଙ୍କ ଚିକିତ୍ସା କରୁଛନ୍ତି। ୨୫ ଏକର ଜମି ପରିମିତ ଏହି ସେଣ୍ଟର ଆଶିଷ ଗୋସ୍ବାମୀଙ୍କ ତତ୍ତ୍ୱାବଧାନରେ ଚାଲୁଛି। ଏଯାବତ୍ ଏହି ଟିମ୍ ୪୦,୦୦୦ ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରି ଚିକିତ୍ସା ଯୋଗାଇ ଦେଇସାରିଲେଣି। ଫଳରେ ଅନେକ ଆହତ ପ୍ରାଣୀଙ୍କ ଜୀବନ ବଞ୍ଚତ୍ୟାଉଛି। ମୋଟରେ ୯ଟି ଟିମ୍ ଏହି କାର୍ଯ୍ୟରେ ଲାଗିଛନ୍ତି। ପ୍ରତ୍ୟେକରେ ୫ ଜଣ ଜଙ୍ଗଲ ଅଧିକାରୀ ମଧ୍ୟ ରହିଛନ୍ତି। ଏହି କାର୍ଯ୍ୟରେ ମହାରାଷ୍ଟ୍ର ଜଙ୍ଗଲ ବିଭାଗ ସହଯୋଗ କରୁଛି।
Dharitri – The Largest & Most Trusted Odia Daily