ଏଇ ଭାରତରେ

ଗାଁରେ ରହି କୌଣସି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଅଣାଯାଇପାରେ, ଯାହା ପ୍ରମାଣ କରି ପାରିଛନ୍ତି ବିହାରର ପ୍ରିନ୍ସ ଶୁକ୍ଳା। ସେ ଶିକ୍ଷା ଶେଷ କରି ବେଙ୍ଗାଲୁରୁରେ କାମ କରୁଥିଲେ। କୋଭିଡ୍‌ ମହାମାରୀ ଆସିବାରୁ ସେ କାମ ଛାଡ଼ି ତାଙ୍କ ଗାଁକୁ ଫେରି ଆସିଲେ।ଗାଁରେ କୃଷକଙ୍କ ଦୁର୍ଦ୍ଦଶା ଦେଖି ସେମାନଙ୍କୁ ସାହାଯ୍ୟ କରିବା ଲାଗି ଯୋଜନା ପ୍ରସ୍ତୁତ କରିଥିଲେ। ତାଙ୍କ ବାପାଙ୍କଠାରୁ ୧ ଲକ୍ଷ ଟଙ୍କା ଧାର ଆଣି ‘ଆଗ୍ରେଟ’ ସଂସ୍ଥା ଗଠନ କରି ଗାଁର କୃଷକଙ୍କୁ ସହଯୋଗ କଲେ। ସେ ପ୍ରଥମେ କ୍ଷୁଦ୍ର କୃଷକଙ୍କୁ ଭଲ କିସମର ମଞ୍ଜି, ଜଳ ସିଞ୍ଚନର ବ୍ୟବସ୍ଥା ଏବଂ ପରିବେଶ ଉପଯୋଗୀ ସାର ଯୋଗାଇଥିଲେ। ପରେ କୃଷକମାନେ କିଭଳି ଅଧିକ ଲାଭ ପାଇବେ, ସେଥିପାଇଁ ସେ ଆଧୁନିକ କୃଷି ପ୍ରଣାଳୀ ସମ୍ପର୍କରେ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ। ସେ ଆଗ୍ରେଟ୍‌ ମାଧ୍ୟମରେ ୧୦,୦୦୦ରୁ ଊର୍ଦ୍ଧ୍ୱ କୃଷକଙ୍କୁ ସାମିଲ କରିବା ସହ ଆଇଟିସି, ଗୋଦ୍‌ରେଜ ଏବଂ ପାର୍ଲେ ସହଭାଗୀଦାରି ହେବା ଫଳରେ କୃଷକମାନେ ବ୍ୟାପକ ମାର୍କେଟିଂ ବ୍ୟବସ୍ଥା ସହ ଯୋଡ଼ି ହୋଇପାରିଛନ୍ତି। ଏବେ ତାଙ୍କ କମ୍ପାନୀର କାରବାର ୨.୫ କୋଟିରେ ପହଞ୍ଚତ୍ଛି ଓ ତାହା ବୃଦ୍ଧି ପାଇବାରେ ଲାଗିଛି।

Dharitri – Odisha’s No.1 Odia Daily