ସାଧାରଣତଃ ବଗିଚାରେ ଔଷଧୀୟ ଗଛ ଘିକୁଆଁରୀ ରଖାଯାଇଥାଏ। ହେଲେ ଏହାର ଚାଷ ଲାଭଜନକ ବୋଲି ପ୍ରମାଣ କରିଛନ୍ତି ହୃଷୀକେଶ ଜୟସିଂହ ଧାନେ । ମହାରାଷ୍ଟ୍ର ସତାରା ଜିଲା ପଡାଲି ଗାଁର ଏହି କୃଷକ ଘିକୁଆଁରୀ ଚାଷ କରି ବର୍ଷକୁ ୩.୫ କୋଟି ଟଙ୍କା ବିଜ୍ନେସ କରିବା ସହ ୩୦% ଲାଭ ପାଉଛନ୍ତି। ହୃଷୀକେଶ ୮ ଏକରରେ ଘିକୁଆଁରୀ ଚାଷ କରୁଛନ୍ତି। ହାରାହାରି ୮୦୦୦ ଲିଟର ଘିକୁଆଁରୀ ରସ ସଂଗ୍ରହ କରି ସେଥିରୁ ସାବୁନ, ଶାମ୍ପୂ, ଜୁସ୍ ଓ ଜୈବିକ କୀଟନାଶକ ପ୍ରସ୍ତୁତ କରୁଛନ୍ତି। ହୃଷୀକେଶଙ୍କ ଜୀବନ ଯାତ୍ରା ଉତ୍ଥାନପତନ ଦେଇ ଗତି କରିଛି। ସେ ଅର୍ଥାଭାବ ଭିତରେ ଦଶମ ପାସ୍ କରିବା ପରେ ଏକ କମ୍ପାନୀରେ ଚାକିରି କରିଥିଲେ। ସେଥିରୁ ଯାହା ପାଉଥିଲେ ତାହା ଯଥେଷ୍ଟ ନ ହେବାରୁ ସେ ଏକ ନର୍ସରି କରିଥିଲେ। ରୋଜଗାରରେ ଏହା ମଧ୍ୟ ତାଙ୍କୁ ସହଯୋଗ କରିପାରି ନ ଥିଲା। ଫଳରେ ଘିକୁଆଁରୀ ଚାଷ କରିବାକୁ ମନନ୍ଥ କରିଥିଲେ। ୨୦୦୭ରେ ପ୍ରାୟ ୪୦୦୦ ଘିକୁଆଁରୀ ଗଛ ଲଗାଇଥିଲେ। ତାଙ୍କ ଅଞ୍ଚଳରେ ଘିକୁଆଁରୀ ଚାଷୀମାନେ ଫିଙ୍ଗି ଦେଇଥିବା ଗଛଗୁଡ଼ିକୁ ସଂଗ୍ରହ କରିଥିଲେ। ଘିକୁଆଁରୀ ଚାଷ ଓ ସେଥିରୁ ଉତ୍ପାଦ ପ୍ରସ୍ତୁତ କରିବା କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳର ଅନେକ ଲୋକଙ୍କୁ ନିଯୁକ୍ତ କରିଛନ୍ତି।