ଏଇ ଭାରତରେ

ଛତିଶଗଡ଼ର ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ସେଥିରୁ ୨୦୨୩-୨୪ ବର୍ଷରେ ୧.୫ କୋଟି ଟଙ୍କା ରୋଜଗାର କରିଛନ୍ତି। ବିଶେଷକରି ସେ ଟମାଟୋ ଚାଷ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଉତ୍ପାଦିତ ଟମାଟୋକୁ ସେ ନୂଆଦିଲ୍ଲୀ, ବେଙ୍ଗାଲୁରୁ, ରାୟପୁର, ପାଟନା, କୋଲକାତା ଆଦି ସହର ମଣ୍ଡିକୁ ପଠାଉଛନ୍ତି। ଏହା ବ୍ୟତୀତ ସେ ବାଇଗଣ, କାକୁଡ଼ି, ଲାଉ ଚାଷକରି ମାର୍କେଟକୁ ଯୋଗାଉଛନ୍ତି। ସମୀକ୍ଷା ଏବେ ୨୦ ଏକରରେ ଟମାଟୋ ଚାଷ କରିଛନ୍ତି। ଆଗକୁ ଅଧିକ ୧୫ ଏକର ଚାଷ କରିବାକୁ ଯୋଜନା କରିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା ପରେ ପୁଣେର ଏକ କମ୍ପାନୀରେ ଚାକିରି କରିଥିଲେ। ୨୦୨୧ରେ ସେ ଚାକିରି ଛାଡ଼ି ଛତିଶଗଡ଼ ରାୟପୁରର ଚାରୁମୁଦିଆ ଗାଁକୁ ଫେରି ଆସି ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ସମୀକ୍ଷାଙ୍କ ବାପା ଓ ଭାଇ ତାଙ୍କୁ ଚାଷରେ ସାହାଯ୍ୟ କରୁଛନ୍ତି। ସମୀକ୍ଷା ପ୍ରଥମେ ଏକର ପିଛା ୫୦ ଟନ୍‌ ଟମାଟୋ ଉତ୍ପାଦନ କରୁଥିଲେ, କିନ୍ତୁ ବର୍ତ୍ତମାନ ୫୫ ଟନ୍‌ ଉତ୍ପାଦନ କରୁଛନ୍ତି। ବଡ଼ କଥା ହେଉଛି ସମୀକ୍ଷା ଚାଷ କାର୍ଯ୍ୟ ପାଇଁ ୧୨୦ ଲୋକଙ୍କୁ ନିଯୁକ୍ତ କରିଛନ୍ତି।

Dharitri – The Largest & Most Trusted Odia Daily