ଏଇ ଭାରତରେ

ହାଇଦ୍ରାବାଦସ୍ଥିତ ମହିନ୍ଦ୍ରା ୟୁନିଭର୍ସିଟିରେ ଇଞ୍ଜିନିୟରିଂ ପଢୁଥିବା ୨୨ ବର୍ଷୀୟ ରାହୁଲ ଆର୍‌ପାକା ରକ୍ଷକ ନାମକ ଏକ ରୋବୋ ନିର୍ମାଣ କରିଛନ୍ତି। ଏହାକୁ ନିର୍ମାଣ କରିବା ପାଇଁ ମହିନ୍ଦ୍ରା କମ୍ପାନୀ ତାଙ୍କୁ ସହଯୋଗ କରିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ( ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଚାଳିତ ଏହି ରୋବୋ ଜମିରୁ ଘାସକୁ ନଷ୍ଟ କରିପାରୁଛି। ଏହାର ବ୍ୟବହାର କୃଷକମାନଙ୍କୁ ଘାସ ବଛା ଖର୍ଚ୍ଚ କମାଇପାରିବ ବୋଲି କହନ୍ତି ରହୁଲ। ଆର୍ଥିକ ଦୃଷ୍ଟିକୋଣରୁ ଏହା କୃଷକଙ୍କ ପାଇଁ ଲାଭଦାୟକ । ବଡ଼ କଥା ହେଉଛି, ରକ୍ଷକ ଜମିରେ ଏଆଇ ମାଧ୍ୟମରେ ଘାସକୁ କମ୍‌ ସମୟରେ ଠାବ କରିବା ସହ ତାହାକୁ ଲେଜର ଦ୍ୱାରା ନଷ୍ଟ କରୁଛି। ରକ୍ଷକ ଟ୍ରାକ୍ଟର ବ୍ୟାଟେରିରେ ଚାଜର୍ର୍ ହୋଇପାରୁଛି। ରାହୁଲ କହନ୍ତି, ଏହି ରୋବୋର ମୂଲ୍ୟ ୧୦ ଲକ୍ଷ ଟଙ୍କା ରହିବ।

 

Dharitri – Odisha’s No.1 Odia Daily