କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ କାମନା କରିଛନ୍ତି। ଏକ୍ସରେ ଏକ ଭିଡିଓ ପୋଷ୍ଟ କରି ଯୁକ୍ରେନୀୟ ଲୋକମାନେ ଏକ ଇଚ୍ଛା ଯେ ସେ ଶେଷ ହୋଇଯାଆନ୍ତୁ ବୋଲି ଜେଲେନସ୍କି କହିଛନ୍ତି। ତେବେ ଏଥିରେ ସେ ପ୍ରତ୍ୟକ୍ଷ ଭାବେ ପୁଟିନଙ୍କ ନାଁ ନେଇନାହାନ୍ତି।
ଭିଡିଓରେ ଜେଲେନ୍ସକୀ କହିଛନ୍ତି ଯେ, ରୁଷିଆ ତାଙ୍କ ଉପରେ ଯେତିକି ଆକ୍ରମଣ କରି ଦୁଃଖ ଦେଇ ଆସିଛି। ହେଲେ ଦେଶବାସୀଙ୍କ ମଧ୍ୟରେ ଥିବା ଏକତା ଏବଂ ବିଶ୍ୱାସକୁ ବୋମାରେ ଉଡ଼ାଇ ପାରିନାହିଁ ନା ତାକୁ କବ୍ଜା କରିପାରିଛି। ଏଣୁ ସମସ୍ତଙ୍କର ଗୋଟିଏ ହିଁ ସ୍ବପ୍ନ ରହିଛି ଯେ ସେ ଶେଷ ହୋଇ ଯାଆନ୍ତୁ।
ୟୁକ୍ରେନ ପାଇଁ ଶାନ୍ତିର ପ୍ରାର୍ଥନା କରି ଜେଲେନସ୍କି କହିଛନ୍ତି, ଆମେ ଯେବେ ଭଗବାନଙ୍କୁ କିଛି ମାଗୁ ତେବେ ନିଶ୍ଚିତ ଭାବେ କିଛି ବଡ଼ ମାଗୁ। ଆମେ ୟୁକ୍ରେନ ପାଇଁ ଶାନ୍ତି ପ୍ରାର୍ଥନା କରୁଛି। ଆମେ ଏହା ପାଇଁ ଲଢ଼ୁଛୁ, ପ୍ରାର୍ଥନା କରୁଛୁ ଏବଂ ଆମେ ଏହାର ଯୋଗ୍ୟ।”ଏହି ଭାଷଣ ରୁଷିଆର ବ୍ୟାପକ ଆକ୍ରମଣ ମଧ୍ୟରେ ଆସିଛି।
କ୍ରିସମସ ଇଭ୍ରେ ରୁଷିିଆ ୟୁକ୍ରେନରେ ୧୩୧ଟି ଡ୍ରୋନ ଓ ମିସାଇଲ ନିକ୍ଷେପ କରିଛି, ଯାହାରେ ଅନ୍ତତଃ ୨-୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ବ୍ୟାପକ ବିଜୁଳି ବିଭ୍ରାଟ ହୋଇଛି।