ଭାରତ-ଚାଇନା ସମ୍ପର୍କରେ ବଡ଼ ସଫଳତା: ସୀମା ବିବାଦ ସମାଧାନ ପାଇଁ ଖୁବଶୀଘ୍ର ନିଆଯିବ ପଦକ୍ଷେପ

ନୂଆଦିଲ୍ଲୀ,୧୯।୮: ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କରେ ଏକ ବଡ଼ ସଫଳତା ହାସଲ ହୋଇଛି। ଉଭୟ ଦେଶ ସୀମା ବିବାଦର ସମାଧାନ ପାଇଁ ଏକତ୍ରିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ସୀମା ନିର୍ଦ୍ଧାରଣ ପାଇଁ ଶୀଘ୍ର ସମାଧାନ ଖୋଜିବା ଲାଗି ଏକ ବିଶେଷଜ୍ଞ ଗୋଷ୍ଠୀ ଗଠନ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇ ସାକ୍ଷାତ ପରେ ବୈଦେଶିକ ମନ୍ତ୍ରାଳୟ ମଙ୍ଗଳବାର ଏକ ବିବୃତି ଜାରି କରିଛି।

ଉଭୟ ଦେଶ ଶୀଘ୍ର ସିଧାସଳଖ ବିମାନ ସେବା ପୁନରାରମ୍ଭ କରିବା ଏବଂ ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ମାଉଣ୍ଟ କୈଳାସ ଓ ମାନସ ସରୋବର ତୀର୍ଥଯାତ୍ରାର ପରିସର ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।