ସୁନା ଦରରେ ରେକର୍ଡ ସ୍ତରରେ ବୃଦ୍ଧି: ଏକାଥରକେ ବଢିଲା ୧୧ ହଜାର ଟଙ୍କା

ଭୁବନେଶ୍ୱର,୨୯।୧: ସୁନା ଦରରେ ରେକର୍ଡ ସ୍ତରରେ ବୃଦ୍ଧି । ଆଉ ଛୁଇଁହେବନି। ଏକାଥରକେ ୨୪ କ୍ୟାରେଟ ସୁନା ୧୧ ହଜାର ୭୭୦ ଟଙ୍କା ବୃଦ୍ଧି ପାଇଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କାକୁ ବୃଦ୍ଧି। ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ହଜାର ୮୦୦ ଟଙ୍କା ବଢ଼ିଛି। ୧୦ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ୧ ଲକ୍ଷ ୬୩ ହଜାର ୯୫୦ ଟଙ୍କା ବୃଦ୍ଧି ପାଇଛି।

ଭୁବନେଶ୍ୱରରେ ୧୦ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ଗତକାଲି ୧,୬୭,୦୮୦ ଥିଲାବେଳେ ୧୦ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ଗତକାଲି ୧,୫୩,୧୫୦ ଥିଲା।

 

Dharitri – The Largest & Most Trusted Odia Daily