ଛତ୍ରପୁର,୧୮।୩(ଦିଲ୍ଲୀପ ସାମଲ): ଆଉଟ ସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ସମାନ କାମକୁ ଦରମା, ଛଟେଇ ପ୍ରକ୍ରିୟାକୁ ବନ୍ଦ କରିବା ସହ ପୂର୍ବ ସରକାରଙ୍କ ନିଷ୍ପତ୍ତି ତୁରନ୍ତ ଲାଗୁ କରିବା ଦାବି ନେଇ ଓଡିଶା ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲ୍ଲା ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ଦାବି ଯଥାଶୀଘ୍ର ପୂରଣ ନ ହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ।
ଏହାସହିତ ଆସନ୍ତା ୨୬ ତାରିଖରୁ ଭୁବନେଶ୍ୱର ଲୋଏର ପିଏମଜି ଅର୍ନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଗତକାଲିଠାରୁ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ଆଉଟ ସୋର୍ସିଂ କର୍ମଚାରୀମାନେ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରୁଛନ୍ତି, ଏହି ବିକ୍ଷୋଭ ପ୍ରଦର୍ଶନ ବେଳେଓଡିଶା ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲା ସଭାପତି ବିଜୟ କୁମାର ମଲ୍ଲିକ, ରାଜ୍ୟ ଆବାହକ ପ୍ରତାପ ପ୍ରଧାନ, ପ୍ରଶାନ୍ତ କୁମାର ଗୋଚ୍ଛାଙ୍କ ସମେତ ଶତାଧିକ କର୍ମଚାରୀମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଭିଆଇପି ରୋଡ଼ଠାରୁ ଆଉଟ ସୋର୍ସିଂ କର୍ମଚାରୀମାନେ ଏକତ୍ରିତ ହୋଇ ସେମାନଙ୍କ ହକ ନିମନ୍ତେ ଏକ ଶୋଭାଯାତ୍ରା ମାଧ୍ୟମ ରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।