ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା ମାତ୍ର ଅଧଘଣ୍ଟା ଧରି ଏଭଳି ବର୍ଷା ହୋଇଥିଲା। ତେବେ ଦାରିଙ୍ଗବାଡି ଅଞ୍ଚଳରେ କଳାବୈଶାଖୀ ହେବା ପୁର୍ବରୁ ଜିଲାର ଅନ୍ୟ ବ୍ଲକରେ ମଧ୍ୟ କାଳବୈଶାଖୀ ହୋଇଥିବାରୁ ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୩୩ କେଭି ବିଦ୍ୟୁତ ଅଚଳ ହୋଇପଡ଼ିଥିଲା। ପରେ ଉକ୍ତ ବ୍ଲକ ଅଞ୍ଚଳରେ କଳାବୈଶାଖୀର ପ୍ରଭାବ ଯୋଗୁ ୧୧ କେଭି ବିଦ୍ୟୁତ ମଧ୍ୟ ଅଚଳ ଯୋଗୁ ଶୁକ୍ରବାର ସଂଧ୍ୟା ୬ଟାରୁ ଖବର ଲେଖିବା ସୁଦ୍ଧା ପ୍ରାୟ ୧୫ଘଣ୍ଟା ଧରି ବିଦ୍ୟୁତ ଯୋଗାଣ ସ୍ବାଭାବିକ ହୋଇପାରି ନ ଥିବା ଯୋଗୁ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି।