ନୂଆଦିଲ୍ଲୀ,୨୦।୨: ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଆଗାମୀ ୨ ଦିନ ଅନେକ ସ୍ଥାନରେ ବର୍ଷା ହେବର ସମ୍ଭାବନା ରହିଛି ତେବେ ଚାଲନ୍ତୁ ଜାଣିବା କେଉଁ ସ୍ଥାନରେ ବର୍ଷା ହେବ । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ତର କିଛି ଉପରିଆ ସ୍ଥାନରେ କୁଆ ପଥର ବର୍ଷା ହୋଇଥିବାରୁ ଅନେକ ସ୍ଥାନରେ ତାର ପ୍ରଭାବ ଦେଖିବାକୁ ମିଳିଛି। ଆଜି ଉତ୍ତର ପ୍ରଦେଶ ଏବଂ ଦକ୍ଷିଣ ଭାରତର କେରଳ, ତାମିଲନାଡୁ, ଆଣ୍ତାମାନ ନିକୋବର ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି।
ସେହିପରି ଯଦି ଆମେ ରାଜଧାନୀ ଦିଲ୍ଲୀ କଥା କହିବା ସେଠାରେ ଅନେକ ସ୍ଥାନରେ ହାଲୁକା ବର୍ଷା ହେବା ଫଳରେ ତାପମାତ୍ରା ହ୍ରାସ ପାଇଛି, ସର୍ବାଧିକ ତାପମାତ୍ରା ୨୧ ଡିଗ୍ରୀ ସେଲସିୟସରେ ପହଞ୍ଚିଛି ।ନୋଏଡା, ଲକ୍ଷ୍ନୌ ଏବଂ ପ୍ରୟାଗରାଜ, ଉତ୍ତର ପ୍ରଦେଶର କିଛି ସ୍ଥାନରେ ହାଲୁକା ଥଣ୍ତା ଏବଂ ଆର୍ଦ୍ରତା ପାଇଁ ଆଜି ସକାଳେ କିଛି ସ୍ଥାନରେ କୁହୁଡି ଦେଖାଦେଇଥିଲା।
ଆଇଏମଡି ଅନୁଯାୟୀ, ପଶ୍ଚିମ ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ହାଲୁକା ବର୍ଷା କିମ୍ବା ଝିପିଝିପି ବର୍ଷା ହେବାର ସମ୍ଭାବନା ଅଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ପାହାଡିଆ ଏବଂ ସମତଳ ଅଞ୍ଚଳକୁ ଏହା ପ୍ରଭାବିତ କରିବ। ଅନେକ ଜିଲ୍ଲା ମେଘୁଆ ରହିବ ଏବଂ କିଛି ସ୍ଥାନରେ ହାଲୁକା ବର୍ଷା ହେବ। କିଛି ସ୍ଥାନରେ ବଜ୍ରପାତ ଏବଂ କୁଆପଥର ମାଡ ହେବ ବୋଲି ଚେତାବନୀ ମଧ୍ୟ ଜାରି କରାଯାଇଛି।