ରାଇକିଆ,୩୧ା୧୦(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅଫିସ ନିକଟରେ ଦୁଇଟି ଘରେ ବେଆଇନ ଭାବେ ଗଚ୍ଛିତ ଥିବା ୬୦ ଗ୍ୟାସ ସିଲିଣ୍ଡର୍କୁ ଯୋଗାଣ ବିଭାଗ ତରଫରୁ ଜବତ କରାଯାଇଛି।
କୌଣସି ସୂତ୍ରରୁ ଖବରପାଇ ଜିଲା ଅତିରିକ୍ତ ଯୋଗାଣ ଅଧିକାରୀ ମାୟାଧର ସାହୁ ଚଢ଼ାଉ କରି ଦୁଇଟି ସ୍ଥାନରୁ ୧୯ ଏବଂ ୪୦ଟି ଘରୋଇ ଗ୍ୟାସ ସିଲିଣ୍ଡର୍ ଜବତ କରିଥିଲେ। ସେଥି ମଧ୍ୟରୁ ୨୫ଟି ଗ୍ୟାସ ଭର୍ତ୍ତି ଏବଂ ୩୫ଟି ଖାଲି ସିଲିଣ୍ଡର ରହିଛି। ଏହି ଚଢ଼ାଉ ବେଳେ ରାଇକିଆ ଯୋଗାଣ ନିରୀକ୍ଷକ କିରଣ ବେହେରା, କ. ନୂଆଗାଁ ଯୋଗାଣ ନିରୀକ୍ଷକ ସୌମ୍ୟରଞ୍ଜନ ଭୋଳ, ଟିକାବାଲି ଯୋଗାଣ ନିରୀକ୍ଷକ ଅଞ୍ଜନ କୁମାର ଦିଗାଲ ସାମିଲ ହୋଇଥିଲେ।