ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି ବୋଝେଇ ହାଇୱା ଜବତ କରିଛି । ଓଡ଼ି ୧୧ଏ ଏଫ୦୩୩୮ ଏବଂ ଓ ଡ଼ି ୧୧ଟି ୦୩୩୮ନମ୍ବର ବିଶିଷ୍ଟ ୨ ହାଇୱାକୁ ଜବତ କରି ପାଟଣା ଥାନାରେ ରଖିବା ସହ ୨ଡ୍ରାଇଭରଙ୍କୁ ଥାନାରେ ଅଟକ ରଖାଯାଇଛି। ୨ହାଇୱା ବାଲି ବୋଝେଇ କରି ମାଛଗଡ଼ ପଟରୁ ସାହାରପଡା ଅଭିମୁଖେ ଯାଉଥିବା ସମୟରେ ଦୁଇ ଗାଡ଼ିକୁ ସାହାର ପଡ଼ା ଫାଣ୍ଡି ଅଧିକାରୀ ପାତ୍ରୋ ଓରାମ ଅଟକାଇ ଗାଡିର କାଗଜ ପତ୍ର ଯାଞ୍ଚ ସମୟରେ ବିନା କୌଣସି କାଗଜପତ୍ରରେ ବେଆଇନ ଭାବରେ ବାଲି ଚୋରା ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ।

Dharitri – Odisha’s No.1 Odia Daily