ଦେବଗଡ,୧୯ା୧୧(ଶଶାଙ୍କ ଶେଖର ଝାଙ୍କର):ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ଦେବଗଡ ଥାନା ପୋଲିସ କୁରଡ ଗ୍ରାମରୁ ଗିରଫ କରିଥିବା କୁରଡ ଗ୍ରାମର କେଶବ ଚନ୍ଦ୍ର ପ୍ରଧାନ(୫୫) ଓ ସିପୁନ ଦାସ (୩୦)ଙ୍କ ୨ ଜଣ ବ୍ୟକ୍ତିଙ୍କୁ କୋର୍ଟଚାଲାଣ କରିଛି।
ସୂଚନାଯୋଗ୍ୟ ଯେ, ଇନ୍ସପେକ୍ଟର ବିନୟ କେର୍କେଟାଙ୍କ ନେତୃତ୍ୱରେ ଦେବଗଡ ଥାନା ପୋଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିବାବେଳେ କୁରଡ ଛକ ରାସ୍ତାରେ କେଶବ ଓ ସିପୁନ ସନ୍ଦେହଜନକ ଭାବେ ଠିଆ ହୋଇଥିଲେ। ପାଟ୍ରୋଲିଂ ପୋଲିସ ଯାଞ୍ଚ କରିବାରୁ କେଶବ ପାଖରୁ ୨୯୨ ଗ୍ରାମ ଏବଂ ସିପୁନ ପାଖରୁ ୮୦୦ ଗ୍ରାମ ଗଞ୍ଜେଇ ବାହାରିଥିଲା । ଫଳରେ ପୋଲିସ ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ଉଭୟଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ଆବଶ୍ୟକ ପ୍ରକ୍ରିୟା ପରେ ସେମାନଙ୍କ କୋର୍ଟଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।