ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା ଦୋକାନ ନିକଟରେ ହୋର୍ଡିଂ ଚିରି ବିଦ୍ୟୁତ୍‌ ଟ୍ରାନ୍ସଫର୍ମରରେ ପଡ଼ିଥିଲା।

ଏପରିକି ଏକ ବୋର୍ଡ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା। ହେଲେ ଦୁର୍ଘଟଣାରୁ ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୋଲି ସ୍ଥାନୀୟ ଦୋକାନୀ ଅନିଲ ଶଙ୍କର କହିଛନ୍ତି। ପବନ ହେଲେ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ଛୋଟ, ବଡ ହୋର୍ଡ଼ିଂଗୁଡ଼ିକ ଉଡ଼ି ଏଣେ ତେଣେ ପଡୁଥିବାରୁ ଯାତାୟାତ ଅସୁରକ୍ଷିତ ହୋଇପଡ଼ିଛି। ଏଣୁ ବେଆଇନ ହୋର୍ଡିଂ ଉପରେ କଟକଣା ଲାଗୁ କରିବାକୁ ସାଧାରଣରେ ଦାବି ହୋଇଛି।

Share