ଛତ୍ରପୁର,୭।୧୦(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧିନ ସୁନ୍ଦରପୁର ଗ୍ରାମରୁ ପୁଣି ଦୁଇଟି ସ୍ଥାନରୁ ବେଆଇନ ବାଣ ଜବତ କଲା ଛତ୍ରପୁର ଥାନା ପୋଲିସ। ପ୍ରାୟ ୬ ଲକ୍ଷ ବାଣ ଜବତ ସହ ଜଣକୁ ଅଟକ ରଖିଛି ପୋଲିସ। ଡେଙ୍ଗାପଦର ଗ୍ରାମରୁ ବାଣ କିଣି ଆଣି ସୁନ୍ଦରପୁର ଗ୍ରାମର ସନ୍ତୋଷ ବେହେରା ମେଡିକାଲ ପରିସରରେ ଥିବା ଏକ ପାଣି ଟାଙ୍କି ଘରେ ଏବଂ ଅନ୍ୟ ଏକ ସ୍ଥାନରେ ବାଣ ରଖାଯାଇଥିବାର ଖବରପାଇ ଛତ୍ରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲା । ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ ଓ ଥାନାଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ବହୁ ପୋଲିସ କର୍ମଚାରୀ ପହଞ୍ଚି ବାଣ ଜବତ କରିଥିବା ସହ ବେଆଇନ ବାଣ ରଖିଥିବା ଅଭିଯୋଗରେ ଜଣଙ୍କୁ ଅଟକ ରଖି ତଦନ୍ତ ରଖିଛି । ଗତ କିଛି ଦିନ ତଳେ ଏହି ଗ୍ରାମରୁ ୧୦ ଲକ୍ଷ ଟଙ୍କାର ବାଣ ଜବତ କରାଯାଇଥିବା ବେଳେ ଏବେ ପୁଣି ୬ ଲକ୍ଷ ଟଙ୍କାର ବାଣ ଜବତ କରାଯାଇଛି ।
Dharitri — Odisha’s Most Trusted Odia Newspaper