ମୋରଡା,୫।୮(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ଗୋଚାଲାଣ ବୃଦ୍ଧି ପାଉଥିବାର ପରିଲକ୍ଷିତ ହୋଇଛି l ସୂଚନା ମୁତାବକ, ଆଜି ଭୋରରୁ ୧୦ ରୁ ୧୨ଟି ପିକଅପରେ ବେଆଇନ ଭାବେ ଗୋଚାଲାଣ ହେଉଥିବା ସମୟରେ ଉକ୍ତ ଥାନା ଅଧୀନ ନୂହାଝାଳିଆ ପଞ୍ଚାୟତର ବ୍ରାହ୍ମଣମରା ଗ୍ରାମ ନିକଟରେ ବନବିଭାଗ ଗାଡିକୁ ଦେଖି ପିକଅପଗୁଡିକ ୟୁଟର୍ନ ମାରିଥିଲେ l ତେବେ ୭ଟି ପିକଅପ ଘଟଣାସ୍ଥଳରୁ ଚମ୍ପଟ ମାରିଥିବାବେଳେ ଗୋଟିଏ ପିକଅପ ଉକ୍ତ ଗ୍ରାମର ଅଜୟ ଦତ୍ତଙ୍କ ଘର ପାଖରେ ଭାରସ୍ୟାମ ହରାଇ ଗୋଟିଏ ପଟକୁ ଢଳି ପଡିଥିଲା l ଗ୍ରାମବାସୀ ଉକ୍ତ ପିକଅପକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ l ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିକଅପକୁ ଜବତ କରିଥିବାର ଜଣାପଡିଛି l
ସୂଚନାଯୋଗ୍ୟ ଯେ, ମୋରଡା ପଶ୍ଚିମବଙ୍ଗ ସୀମାନ୍ତ ହୋଇଥିବାରୁ ଉକ୍ତ ଗୋରୁ ବୋଝେଇ ପିକଅପ ଗୁଡିକ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଏବଂ ସପ୍ତାହରେ ଦୁଇରୁ ତିନି ଥର ଚାଲାଣ ହୁଏ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦାl