ଆଇଆଇଟି ବମ୍ବେରେ ଛାତ୍ରଙ୍କ ଆତ୍ମହତ୍ୟା

ମୁମ୍ବାଇ, ୧୪।୨: ବମ୍ବେ ଆଇଆଇଟିରେ ୧୮ ବର୍ଷୀୟ ଛାତ୍ର ଦର୍ଶନ ସୋଲାଙ୍କିଙ୍କ ଆତ୍ମହତ୍ୟା ନେଇ କଲେଜରେ ଉତ୍ତେଜନା ଦେଖାଯାଇଛି। ରବିବାର କଲେଜର ପୋଓ୍ବାଇ କ୍ୟାମ୍ପସ୍‌ରେ ଦର୍ଶନ ସାତ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ତାଙ୍କ ନିକଟରୁ କୌଣସି ସୁଇସାଇଡ୍‌ ନୋଟ୍‌ ହସ୍ତଗତ ହୋଇ ନ ଥିବାବେଳେ ଜାତିିଆଣ ଭେଦଭାବ ପାଇଁ ଦର୍ଶନ ଆତ୍ମହତ୍ୟା କରିଥିବା କଲେଜ ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି। ଦୁର୍ଘଟଣାଜନିତ ମୃତ୍ୟୁ ନେଇ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଦର୍ଶନ ପ୍ରଥମ ବର୍ଷ ବିଟେକ୍‌ ଛାତ୍ର ଥିବାବେଳେ ଅହମଦାବାଦରେ ତାଙ୍କ ଘର। ତିନିମାସ ପୂର୍ବେ ଦର୍ଶନ କଲେଜରେ ଆଡିମିଶନ୍‌ କରିଥିଲେ। ତେବେ ଦର୍ଶନଙ୍କ ମୃତ୍ୟୁର କାରଣ ଖୋଜି ବାହାର କରିବା ଲାଗି ପୋଓ୍ବାଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।