ଓଜନ କମାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ସହଜ ଉପାୟ

ବର୍ତ୍ତମାନ ଓଜନ ବୃଦ୍ଧି ବା ଓବେସିଟି ଅନ୍ୟତମ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି। ବିଶେଷଭାବରେ ଯୁବପିଢ଼ି ଏହାର ଅଧିକ ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛି। ବିଶେଷଭାବରେ ଖାଦ୍ୟପେୟ ଏବଂ ନିଜ ଜୀବନଶୈଳୀ ପ୍ରତି ଆବଶ୍ୟକ ମୁତାବକ ସଚେତନ ନ ରହିବା ଏହାର କାରଣଗୁଡିକ ମଧ୍ୟରୁ ଅନ୍ୟତମ। ତେବେ ଏହାକୁ ନିୟନ୍ତ୍ରଣରେ ରଖିବାର ଏକ ସହଜ ଉପାୟ ରହିଛି। ଯଦି ଜଣେ ବ୍ୟକ୍ତି ନିଜ ଜୀବନଶୈଳୀ ପ୍ରତି ସଚେତନ ରହନ୍ତି ଏବଂ ଖାଦ୍ୟପେୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତି ତେବେ ସେ ନିଜ ଓଜନକୁ କେତେକାଂଶରେ ନିୟନ୍ତ୍ରଣରେ ରଖିପାରିବେ। ଏଭଳି ବିଷୟବସ୍ତୁକୁ ନେଇ ଟୋକିଓ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଓଜନ ସମସ୍ୟା ସହ ଜଡ଼ିତ କେତେକ ବ୍ୟକ୍ତିଙ୍କୁ ଏହାର ପରିସରଭୁକ୍ତ କରାଯାଇଥିଲା। ଏହି ସମୟରେ ଏମାନଙ୍କୁ ନିଜର ଖାଦ୍ୟପେୟ ଏବଂ ଦୈନନ୍ଦିନ ଜୀବନଶୈଳୀ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଥିଲା। ଅନ୍ୟପକ୍ଷରେ ନିୟମିତ ସମୟ ବ୍ୟବଧାନରେ ସେମାନଙ୍କର ଓଜନ କେତେ ନିୟନ୍ତ୍ରଣରେ ରହୁଛି ତାହାକୁ ନିରୀକ୍ଷଣ କରାଯାଇଥିଲା। ଏହାଦ୍ୱାରା ପ୍ରାୟ ୫୦ ପ୍ରତିଶତ ବ୍ୟକ୍ତିଙ୍କର ଓଜନ ସନ୍ତୁଳିତ ଅବସ୍ଥାକୁ ଆସିଥିବାର ଜଣାପଡ଼ିଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Dharitri – Odisha’s No.1 Odia Daily