FILE PHOTO: The Instagram application is seen on a phone screen August 3, 2017. REUTERS/Thomas White/File Photo
ନୂଆଦିଲ୍ଲୀ, ୮।୫: ବର୍ତ୍ତମାନ ସୋସିଆଲ ମିଡିଆରେ ବିଭିନ୍ନ କଣ୍ଟେଟ୍ ତିଆରି କରି ଅନେକେ ରୋଜଗାର କରିପାରୁଛନ୍ତି। ସେମାନଙ୍କ ପାଇଁ ସୋସିଆଲ ମିଡିଆ ନିଜ ଟ୍ୟାଲେଣ୍ଟ ଦେଖେଇବା ପାଇଁ ଏକ ବଡ ପ୍ଲାଟଫର୍ମ ଦେବା ସହ ଅନେକେ ରୋଜଗାର କ୍ଷମ ମଧ୍ୟ ହୋଇପାରୁଛନ୍ତି। ଫଟୋ ଓ ରିଲସ୍ ପାଇଁ ଲୋକପ୍ରିୟ ଆପ୍ ଇନଷ୍ଟାଗ୍ରାମ୍ ୟୁଜର୍ସଙ୍କ ପାଇଁ ଏକ ନୂଆ ଫିଚର୍ ଆଣିବାକୁ ଯାଉଛି। ଏହି ଫିଚର୍ ହେଉଛି ଡବ୍ଲୁଓ୍ବାଇଏଲ୍ଡି ବା ଭାରତର ପ୍ରଥମ ସାମାଜିକ ମୁଦ୍ରା ଦେୟ କାର୍ଡ।
କମ୍ପାନୀ ଫିଚର୍ସ ଅନୁଯାୟୀ ଇନଷ୍ଟା ଆକାଉଣ୍ଟରେ ଆପଣଙ୍କ ୧୦୦୦ କିମ୍ବା ଏହା ଠାରୁ ଉର୍ଦ୍ଧ ଫଲୋଅର୍ସ ରହିଲେ ଆପଣ ଡବ୍ଲୁଓ୍ବାଇଏଲ୍ଡ କାର୍ଡ ପାଇପାରିବେ। ୧୦୦୦ଫୋଲଅର୍ସ ରହିଲେ କାର୍ଡ ଅନୁଯାୟୀ ଆପଣଙ୍କ ସ୍କୋର୍ ୧୦୦ ରହିବ। କମ୍ପାନୀ ସୋସିଆଲ ମିଡିଆରେ ଆପଣଙ୍କ ସୃଜନଶୀଳତାକୁ ଚେକ୍ କରିଥାଏ। ଯଦି ଆପଣଙ୍କ କଣ୍ଟେଣ୍ଟ ଭଲ ଏବଂ ଏହା ଅଧିକରୁ ଅଧିକ ଲୋକଙ୍କ ପାଖକୁ ପହଞ୍ଚୁଛି। ଏହାଦ୍ୱାରା କମ୍ପାନୀ ଆପଣଙ୍କୁ ତାର କାର୍ଡ ଦେବା ସହ ସେ ନେଇ ଟଙ୍କା ମଧ୍ୟ ପାଇପାରିବେ।