ଅବସାଦଗ୍ରସ୍ତ ହୋଇଥିଲେ..

ବର୍ତ୍ତମାନ ପ୍ରାୟ ଅନେକେ ନିଜ କାମକୁ ନେଇ ବ୍ୟସ୍ତ। ଆଉ ତା’ ଭିତରେ କେତେକ ଅବସାଦଗ୍ରସ୍ତ ହୋଇଥାଆନ୍ତି। ନିକଟରେ ଏଭଳି ବିଷୟକୁ ନେଇ ବର୍ମିଂହାମ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ (ଯେଉଁମାନେ ଅଧିକାଂଶ ସମୟ ଅବସାଦଗ୍ରସ୍ତ ରହୁଥିଲେ) ପରସ୍ପର ସହ ସକାରାତ୍ମକ ମାନସିକତାରେ କଥାବାର୍ତ୍ତା ହେବାକୁ ପରାମର୍ଶ ଦିଆଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ଏହାର ସୁଫଳ କେତେକଙ୍କଠାରେ ଦେଖିବାକୁ ମିଳିଥିଲା। ସେମାନେ ପରସ୍ପର ସହ କଥା ହେବା ଦ୍ୱାରା କିଛି ବ୍ୟକ୍ତି ଅବସାଦଠାରୁ ନିଜକୁ ଅନେକାଂଶରେ ଦୂରେଇ ନେବାରେ ସମର୍ଥ ହୋଇଥିଲେ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତା’ ସହ ନିୟମିତ ଯୋଗ ଏବଂ ପ୍ରାଣାୟାମ କରିବାକୁ ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।