‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟି ସଭାପତି ତଥା ଛତ୍ରପୁର ଉପଜିଲାପାଳ ଶୁଭାଶିଷ ବରାଳ
ଯୋଗଦେଇ ଦେଶର ବିକାଶରେ ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଥିଲେ। ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ପରିଶ୍ରମ କରିବା ସହ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥିଭାବେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅଜୟକୁମାର ତ୍ରିପାଠୀ ଯୋଗଦେଇ ନିଜର ଭବିଷ୍ୟତ ଉଜ୍ଜ୍ୱଳ ହେଲେ ପୃଥିବୀ ଉଜ୍ଜ୍ୱଳହେବ ଏଣୁ ପଥଭ୍ରଷ୍ଟ ନହୋଇ ନିଜେ ନିଜର ଭବିଷ୍ୟତ ଗଢିତୋଳିବା ଲାଗି ପରାମର୍ଶ ଦେଇ କାହାରି ଅମଙ୍ଗଳ ଅନିଷ୍ଟ ଚିନ୍ତାଧାରା କେବେବି ମନରେ ନ ରଖି ଚରିତ୍ରବାନ ହେବା ଲାଗି କହି ଜାତୀୟ ଶିକ୍ଷାନୀତିର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଅରବିନ୍ଦ ପଣ୍ଡା, ଅଧ୍ୟାପକ ଡ. ରମେଶ ଚନ୍ଦ୍ର ସେନାପତି, ସୁଶାନ୍ତକୁମାର ସାହୁ, ଅଧ୍ୟାପିକା ଡ. ସନ୍ଧ୍ୟାରାଣୀ ପାତ୍ର, ଡ. ନମ୍ରତା ମିଶ୍ର, ମିନାକ୍ଷୀ ଦାଶ, ମୋନାଲିସା ଯୋଗଦେଇଥିଲେ। ଏହି ଅବସରରେ କଲେଜର ପୁରାତନ ଛାତ୍ରୀ ଆଇ.ଶାଳିିନୀ ଓଏଫଏସ୍‌ ଅଫିସର ଭାବରେ ନିଯୁକ୍ତି ପାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏହାସହ କୃତୀ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

Dharitri – Odisha’s No.1 Odia Daily

Share