ଭଞ୍ଜନଗର,୨୯/୧୧(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ରୋଟାରୀ କ୍ଲବ ପକ୍ଷରୁ ଭଞ୍ଜନଗର ବେଲଗୁଣ୍ଠା ରୋଡ ନୂଆଗାଁ ସେତୁ ଉପରେ ଶୂନ୍ୟ ମୃତାହତ ପକ୍ଷ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେଠାରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥି ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିଲେ ଦୁର୍ଘଟଣା ହାର କମିପାରିବ ବୋଲି କହିଥିଲେ। ଏଥିସହ ସଂପୃକ୍ତ ରାସ୍ତାରେ ଯାତାୟାତ କରୁଥିବା ଗାଡି ଚାଳକଙ୍କୁ ସଡ଼କ ପରିବହନ ନିୟମ ଉପରେ ସଚେତନ କରାଇଥିଲେ।
ଏହି ଅବସରରେ ରୋଟାରୀ କ୍ଲବ ପକ୍ଷରୁ ଯେଉଁମାନେ ନିୟମ ଭାଙ୍ଗୁଛନ୍ତି ସେମାନଙ୍କୁ ନିୟମ ମାନି ଚଲିବା ପାଇଁ ଅନୁରୋଧ କରାଯାଇଥିଲା । ଏଥିସହ ଯେଉଁମାନେ ନିୟମ ମାନୁଛନ୍ତି ସେମାନଙ୍କୁ ଚକଲେଟ ଦେଇ ସ୍ବାଗତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ରୋଟାରୀ କ୍ଲବ ସଭାପତି ରଞ୍ଜିତ ବାରିକ, ରୋଟାରୀ ଇନରହ୍ବିଲ କ୍ଲବ ସଭାନେତ୍ରୀ ସୁନିତା ବାରିକ, ଭଞ୍ଜନଗର ଥାନା ଏସଆଇ ଲିପିନା ବିଶ୍ୱାଳ,ଏମ ଭି ଆଇ କିଶୋର କୁମାର ଦେ, ବେଲଗୁଣ୍ଠା ଥାନା ଅଧିକାରୀ ଅଭୟ ପ୍ରଧାନ, ଏସଆଇ ଶରତ ଚନ୍ଦ୍ର ପଣ୍ଡା, ଅତିରିକ୍ତ ଇନ୍ସପେକ୍ଟର ସେକ ଉଦିନ ପ୍ରମୁଖ ଉପସ୍ଥିତ ଥିଲେ।