IED ବିସ୍ଫୋରଣ: ୨ ଯବାନ ଗୁରୁତର

ରାଉରକେଲା,୮।୮: ଝାଡ଼ଖଣ୍ଡ ଜରେଇକେଲା ସରଣ୍ଡା ଜଙ୍ଗଲରେ ଶୁକ୍ରବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। IED ବିସ୍ଫୋରଣ ଘଟି ୨ଜଣ CRPF ଯବାନ ଗୁରୁତର ହୋଇଛନ୍ତି। ୨ ଯବାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ରହିଥିବା ସୂଚନା ମିଳିଥିଲା। ଏନେଇ ପୋଲିସ ଏବଂ CRPF ଯବାନଙ୍କ ପକ୍ଷରୁ କୋମ୍ବିଂ ଅପରେଶନ କରାଯାଇଥିଲା। ସେତିକିବେଳେ ମାଓବାଦୀମାନେ ଖଞ୍ଜିଥିବା IED ବିସ୍ଫୋରଣ ଘଟି ୨ଜଣ ଯବାନ ଗୁରୁତର ହୋଇଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋର୍‌ଦାର କରି ଦିଆଯାଇଛି।

Share