ପାଟଣା,୨୭।୧୦( ବୀର କିଶୋର ଦାଶ): ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶା ତରଫରୁ ସୋମବାର ଅପରାହ୍ନରେ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ସ୍ବୀମ ପାଟଣାରେ ସପ୍ତ ଶକ୍ତି ସଂଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ ସୟଂ ସେବକ ସଂଘ ସଦସ୍ୟା ବବିତା ରାମ, ମୁଖ୍ୟ ବକ୍ତା ଭାବେ ଧରଣୀଧର ବିଶ୍ୱବିଦ୍ୟାଳୟ ଓଡ଼ିଆ ଅଧ୍ୟାପିକା ଶୁଭସ୍ମିତା ଦାଶ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା କୁନି ବାରିକ , ମାମିନା ବେହେରା, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କର, ପରିଚାଳନା ସମିତି ସଭାପତି ବ୍ରଜେନ୍ଦ୍ର କୁମାର ପତି ସମ୍ପାଦକ ଦୟାନିଧି ମହାନ୍ତ ପ୍ରମୁଖ ଯୋଗ ଦେଇ ରାଷ୍ଟ୍ରର ବିକାଶରେ ମହିଳାମାନଙ୍କ ଭୂମିକା ଓ ମହିଳା ସଶକ୍ତି କରଣ ଉପରେ ବ୍ଲକର ବିଭିନ୍ନ ପ୍ରାନ୍ତ ଓ ବିଭିନ୍ନ ବର୍ଗରରୁ ଯୋଗ ଦେଇଥିବା ୨୬୮ ଜଣ ମହିଳାଙ୍କୁ ଉଦ୍ବୋଧନ ଦେଇଥିଲେ। ସଭା ଆରମ୍ଭରେ ବରିଷ୍ଠା ଆଚାର୍ଯ୍ୟା ଶୋଭାଶ୍ରୀ ଷଡଙ୍ଗୀ ଅତିଥି ପରିଚୟ ସହ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଆଦର୍ଶ ମହିଳା ମଲ୍ଲୀ ମହାନ୍ତ, ଧରିତ୍ରୀ ମିଶ୍ର, ସନ୍ଧ୍ୟାରାଣୀ ମହାନ୍ତ, ରମ୍ଭାବତୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ମାତୃଭାରତୀର ରଞ୍ଜିତା ମହାନ୍ତ ଧନ୍ୟବାଦ ଦେଇଥିଲେ। ପରିଶେଷରେ ମହିଳାମାନଙ୍କ ଦ୍ୱାରା ଝୁମର ନୃତ୍ୟ ପରିବେଷଣ ହୋଇଥିଲା। ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟା ଓ ଆଚାର୍ଯ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
\