Categories: Home Leftଖେଳ

ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ଭାରତ ଆସିବ ନେଦରଲାଣ୍ଡ୍ସ

ବେଙ୍ଗାଲୁରୁ,୩ା୮: ଆଇସିସି ବିଶ୍ୱକପ୍‌ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନେଦରଲାଣ୍ଡ୍ସ ଦଳ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ଭାରତ ଆସିବ ବୋଲି ସୂଚନା ମିଳିଛି।

ନେଦରଲାଣ୍ଡ୍ସ ଆଗୁଆ ଆସି କେତୋଟି ଅଭ୍ୟାସ ମ୍ୟାଚ ଖେଳିବ। ହେଲେ ଏପର୍ଯ୍ୟନ୍ତ ଭେନ୍ୟୁ ଓ ତାରିଖ ଧାର୍ଯ୍ୟ ସ୍ଥିର କରାଯାଇନାହିଁ। ଅଫିସିଆଲ ମ୍ୟାଚ ପୂର୍ବରୁ ଅଭ୍ୟାସ ମ୍ୟାଚ ଖେଳିବାକୁ ଇଚ୍ଛୁକ ଥିବା ନେଦରଲାଣ୍ଡ୍ସ କ୍ରିକେଟ ଆସୋସିଏଶନ ପକ୍ଷରୁ କୁହା କରାଯାଇଛି।

ବେଙ୍ଗାଲୁରୁରେ ଅଭ୍ୟାସ ଗେମ୍‌ ଖେଳିସାରିବା ପରେ ନେଦରଲାଣ୍ଡ୍ସ ଅଫିସିଆଲ ଓ୍ବାର୍ମଅପ୍‌ ଖେଳିବା ଲାଗି ହାଇଦ୍ରାବାଦ କିମ୍ବା ଥିରୁଭାନନ୍ଥପୂରମ ଗସ୍ତ କରିବ। ନେଦରଲାଣ୍ଡ୍ସ ଅକ୍ଟୋବର ୬ରେ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷରେ ଖେଳି ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ। ଏହି ଭେନ୍ୟୁରେ ସେମାନେ ଅକ୍ଟୋବର ୯ରେ ନ୍ୟୁଜିଲାଣ୍ଡ ସହ ମୁକାବିଲା କରିବେ। ଜଳବାୟୁ ସହିତ ଅଭ୍ୟସ୍ତ ଲାଗି ଦଳ ଆଗୁଆ ଭାରତ ଆସିବ ବୋଲି ନେଦରଲାଣ୍ଡ୍ସ କୋଚ୍‌ ର଼୍ୟାନ୍‌ କୁକ୍‌ ପ୍ରକାଶ କରିଛନ୍ତି।