Categories: Home Middleଖେଳ

ପ୍ରଥମ ଥର ପାଇଁ ମହିଳା ଦିନିକିଆ ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକା: ଇଂଲଣ୍ଡଠାରୁ ନେଲା ପ୍ରତିଶୋଧ

ନୂଆଦିଲ୍ଲୀ,୨୯।୧୦: ଇତିହାସରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳ ଦିନିକିଆ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ACA ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ବିଶ୍ୱକପ୍ ୨୦୨୫ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ୧୨୫ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି।

ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୩୧୯ ରନ୍ କରିଥିଲା। ଦଳ ପାଇଁ ଅଧିନାୟିକା ଲୌରା ୱୋଲଭାର୍ଡ୍ଟ ୧୬୯ ରନର ଏକ ଐତିହାସିକ ଇନିଂସ ଖେଳିଥିଲେ। ଏହା ତାଙ୍କର ODIରେ ୧୦ମ ଶତକ ଏବଂ ବିଶ୍ୱକପରେ ପ୍ରଥମ। ୱୋଲଭାର୍ଡ୍ଟ ଏବଂ ତାଜମିନ ବ୍ରିଟ୍ସ (୪୫) ପ୍ରଥମ ୱିକେଟ ପାଇଁ ୧୧୬ ରନର ଭାଗୀଦାରୀ କରିଥିଲେ। ଇଂଲଣ୍ଡ ପକ୍ଷରୁ ସୋଫି ଏକଲେଷ୍ଟୋନ୍‌ ୪୪ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ।

୩୨୦ ରନର ବିଜୟ ଲକ୍ଷ୍ୟ ପିଛା କରି ଇଂଲଣ୍ଡର ଆରମ୍ଭ ଅତ୍ୟନ୍ତ ଖରାପ ହୋଇଥିଲା। କେବଳ ୧ ରନ୍‌ରେ ୩ଟି ୱିକେଟ୍ ହରାଇଥିଲା। ଟପ୍-୩ ବ୍ୟାଟ୍ସମ୍ୟାନ୍ ଖାତା ଖୋଲିପାରିନଥିଲେ। ଦକ୍ଷିଣ ଆଫ୍ରିକାର ମାରିଜାନେ କାପ୍ ତାଙ୍କ ୭ ଓଭରର ସ୍ପେଲରେ ମାତ୍ର ୨୦ ରନ୍ ଦେଇ ୫ଟି ୱିକେଟ୍ ନେଇ ଇଂଲଣ୍ଡ ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।

ଇଂଲଣ୍ଡ ପକ୍ଷରୁ ଅଧିନାୟିକା ନତାଲି ସିଭର (୬୪) ଏବଂ ଆଲିସ୍ କ୍ୟାପ୍ସି (୫୦) ଚତୁର୍ଥ ୱିକେଟ୍ ପାଇଁ ୧୦୭ ରନ୍‌ର ଭାଗୀଦାରୀ କରିଥିଲେ ମଧ୍ୟ ବିଜୟ ଦେଇପାରିନଥିଲେ।ଇଂଲଣ୍ଡ ଦଳ ମାତ୍ର ୧୯୪ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା।

Share