Categories: Home Leftଖେଳ

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ନାମ ସ୍ଥାନ ପାଇଛି। ଟି୨୦ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ ପାଇଁ ଏହି ଦୁଇ ଖେଳାଳିଙ୍କ ନାମ ସ୍ଥାନ ପାଇଛି। ଏହି ତାଲିକାରେ ତୃତୀୟ ଖେଳାଳି ଭାବେ ସ୍ଥାନ ପାଇଛନ୍ତି ଦକ୍ଷିଣ ଆଫ୍ରିକା ବ୍ୟାଟର କନ୍ନର ଇଷ୍ଟରହୁଇଜେନ। ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ ସିରିଜରେ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ କନ୍ନର ଏହି ପୁରସ୍କାର ଦୌଡ଼ରେ ସ୍ଥାନ ପାଇଛନ୍ତି। ସିରିଜରେ ତାଙ୍କ ଦେଶର ଅନ୍ୟ ଖେଳାଳିମାନଙ୍କ ତୁଳନାରେ ତାଙ୍କ ପ୍ରଦର୍ଶନ ସବୁଠାରୁ ଭଲ ରହିଥିଲା।

ସାମସନ ଟି୨୦ ବିଶ୍ୱକପ୍‌ ଶେଷ ଭାଗରେ ଜବରଦସ୍ତ ଫର୍ମରେ ଥିଲେ। ସେ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇପାରିଥିଲେ। ଫଳତଃ ଫାଇନାଲରେ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ବୁମ୍‌ରାଙ୍କ ସହ ସେ ଆଇସିସି ପୁରସ୍କାର ଦୌଡ଼ରେ ସାମିଲ ହୋଇ ପାରିଛନ୍ତି।

Share