Categories: Home Middleଖେଳ

ICC ଦିନିକିଆ ମାନ୍ୟତା: ଶୀର୍ଷରେ ରୋହିତ, ଦ୍ୱିତୀୟ ସ୍ଥାନକୁ ଉଠିଲେ କୋହଲି

ମୁମ୍ବାଇ,୧୦।୧୨: ଆଇସିସି ଦ୍ୱାରା ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିରାଟ କୋହଲି ଦୁଇଟି ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି।

ରୋହିତ ଶର୍ମା ୭୮୧ ରେଟିଂ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି ଏବଂ ବିରାଟ କୋହଲି ୭୭୩ ରେଟିଂ ପଏଣ୍ଟ ସହିତ ମାତ୍ର ଆଠ ପଏଣ୍ଟ ପଛରେ ରହିଛନ୍ତି। ଏହି ଉନ୍ନତି ସହିତ କୋହଲି, ନ୍ୟୁଜିଲ୍ୟାଣ୍ଡର ଡାରିଲ ମିଚେଲ ଏବଂ ଆଫଗାନିସ୍ତାନର ଇବ୍ରାହିମ ଜାଦ୍ରାନଙ୍କୁ ତଳକୁ ଖସାଇ ଦେଇଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଭାରତ ୨-୧ରେ ବିଜୟୀ ହେବା ପରେ କୋହଲିଙ୍କର ଚମତ୍କାର ପ୍ରଦର୍ଶନ ଯୋଗୁଁ ସେ ମାନ୍ୟତାରେ ଆଗକୁ ବଢ଼ିଛନ୍ତି। ସେ ଏହି ସିରିଜରେ ୧୫୧ ହାରାହାରିରେ ୩୦୨ ରନ୍ ସଂଗ୍ରହ କରି ‘ପ୍ଲେୟାର ଅଫ୍ ଦି ସିରିଜ୍’ ବିବେଚିତ ହୋଇଥିଲେ।

ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ଶୁବମନ ଗିଲ୍ ପଞ୍ଚମ ସ୍ଥାନରେ ଏବଂ ଶ୍ରେୟସ ଆୟର ଦଶମ ସ୍ଥାନରେ ରହିଛନ୍ତି। ବୋଲିଂ ମାନ୍ୟତାରେ ସ୍ପିନର କୁଲଦୀପ ଯାଦବ ତିନୋଟି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ସର୍ବାଧିକ ୯ଟି ୱିକେଟ୍ ନେଇଥିଲେ। ଆଫଗାନିସ୍ତାନର ରସିଦ ଖାନ ଶୀର୍ଷ ସ୍ଥାନରେ ଏବଂ ଇଂଲଣ୍ଡର ଜୋଫ୍ରା ଆର୍ଚର ଦ୍ୱିତୀୟରେ ଅଛନ୍ତି।

Share