Categories: Home Leftଖେଳ

ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତର ହେଲା ୧୯ ବର୍ଷରୁ କମ୍ ବିଶ୍ୱକପ

ନୂଆଦିଲ୍ଲୀ,୨୧।୧୧: ୨୦୨୪ରେ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ୧୯ ବର୍ଷରୁ କମ୍ ବିଶ୍ୱକପକୁ ଦକ୍ଷିଣ ଆଫ୍ରିକା ସ୍ଥାନାନ୍ତର କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି)। ଶ୍ରୀଲଙ୍କା କ୍ରିକେଟ ବୋର୍ଡ଼ରେ ପରିଚାଳନା ଗତ ସମସ୍ୟାକୁ ଦୃଷ୍ଟିରେ ରଖି ଆଇସିସି ଏହି ନିଷ୍ପତ୍ତି ନେଇଛି। ବିଶ୍ୱକପ ପରେ ଆଇସିସିର ବୈଠକ ଅହମଦାବାଦରେ ଚାଲିଛି।

ବିସ୍ତୃତ ବିଚାର ବିମର୍ଶ ପରେ ବୋର୍ଡ ନଭେମ୍ବର ୧୦ରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ବାସନ୍ଦ କରିବା ପରେ ଏହି ନିଷ୍ପତ୍ତି ନେଇଛି। ବୋର୍ଡ କହିଛି ଯେ ଶ୍ରୀଲଙ୍କା ସହ ଜଡିତ କ୍ରିକେଟ୍ ନିରବଚ୍ଛିନ୍ନ ଭାବରେ ଜାରି ରହିବ, କିନ୍ତୁ ନିଲମ୍ବନ ପ୍ରତ୍ୟାହାର କରାଯିବ ନାହିଁ।

Share