Categories: Home Leftଖେଳ

ଏହି ଦିନ ଘୋଷଣା ହେବ ଦିନିକିଆ ବିଶ୍ୱକପ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ, ୨୧।୬: ସମସ୍ତ କ୍ରିକେଟ ପ୍ରେମୀ ଏହି ବର୍ଷ ଶେଷରେ ଭାରତରେ ଆୟୋଜିତ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ ଖବର ସାମ୍ନାକୁ ଆସିଛି ଯେ, ଆଇସିସି ୨୭ ଜୁନରେ ଆନୁଷ୍ଠାନିକ ଭାବେ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବାକୁ ଯୋଜନା କରିଛି। ଏହି ତାରିଖର ଠିକ୍‌ ୧୦୦ ପରେ ଅକ୍ଟୋବର ୫ ତାରିଖରେ ପ୍ରଥମ ମ୍ୟାଚ ଖେଳିବା ନେଇ ଏ ପର୍ଯ୍ୟନ୍ତ ସୂଚନା ରହିଛି।

ବିସିସିଆଇ ବହୁ ଦିନ ପୂର୍ବରୁ ଆଇସିସିକୁ ଓଡିଆଇ ବିଶ୍ୱକପ ସୂଚୀର ଏକ ଡ୍ରାଫ୍ଟ ପଠାଇଥିଲା। ସେବେଠାରୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଲଗାତାର ଆପତ୍ତି ଯୋଗୁ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା ହୋଇପାରିନାହିଁ। ପିସିବି ଏ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ ସମ୍ବନ୍ଧରେ ଆଇସିସିକୁ ଅନୁମୋଦନ ପଠାଇନାହିଁ।