ଅଧାରେ ରହିବ ପାକିସ୍ତାନର ଆୟୋଜକ ହେବାର ସ୍ବପ୍ନ, ବିସିସିଆଇକୁ ସମର୍ଥନ କଲେ ଏସବୁ ଦେଶ

ନୂଆଦିଲ୍ଲୀ,୨୦।୭: ୨୦୨୫ରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଲାଗି ପ୍ରସ୍ତୁତି ଚଳାଇଥିବା ପାକିସ୍ତାନ କ୍ରିକେଟ ବୋର୍ଡ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲୁଥିବା ରାଜନୈତିକ ସମ୍ପର୍କକୁ ନେଇ ଟିମ୍‌ ଇଣ୍ଡିଆ ପଡୋଶୀ ଦେଶକୁ ଯିବା ନିଶ୍ଚିତ ହୋଇନାହିଁ। ଯଦି ଭାରତ ରାଜି ନ ହୁଏ ତେବେ ଆୟୋଜକ ଦାୟିତ୍ୱ ପାକିସ୍ତାନ ହାତରୁ ଚାଲିଯାଇପାରେ।

ଏକ ରିପୋର୍ଟ ଅନୁଯାୟୀ, ଯଦି ଭାରତ ସୁରକ୍ଷା ଚିନ୍ତାକୁ ଦେଇ ଯାତ୍ରା କରିବାକୁ ମନା କରେ ତେବେ ପାକିସ୍ତାନରଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜକ ହେବାର ସ୍ବପ୍ନ ଅଧାରେ ରହିଯାଇପାରେ। ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଆଇସିସି କାର୍ଯ୍ୟକାରୀ ସମିତି ବୈଠକରେ ବିସିସିଆଇର ସମର୍ଥନ କରିପାରନ୍ତି।

କହିରଖୁଛୁ, ୮ ବର୍ଷର ବ୍ୟବଧାନ ପରେ ଚାମ୍ପିଅନ୍ସ ଟ୍ରଫି ଫେରୁଛି। ୧୯୯୬ ଦିନିକିଆ ବିଶ୍ୱକପ୍‌ ପରେ ପ୍ରଥମ ଥର ଲାଗି ପାକିସ୍ତାନ ଆଇସିସି ଟୁର୍ନାମେଣ୍ଟର ଆୟୋଜକ ହେବାକୁ ଯାଉଛି। ହେଲେ ଏହା ପୂରା ହେବ କି ନାହିଁ ତାହା ଭାରତ ଉପରେ ନିର୍ଭର କରେ।

Share
Tags: Sports News