ଯୁବତୀଙ୍କୁ ଗଣବଳାତ୍କାର ପରେ ଗାନ୍ଧିଜୀଙ୍କୁ ଏମିତି କହିଲେ ଏହି ଆଇଏଏସ୍‌ ଅଫିସର

ଲକ୍ଷ୍ନୌ,୩୦ା୯: ଉତ୍ତରପ୍ରଦେଶର ହାଥରସରେ ଦୁଇ ସପ୍ତାହ ତଳେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଗଣବଳାତ୍କାର ହୋଇଥିଲା। ଏହି ଯୁବତୀ ଜଣକ ଦିଲ୍ଲୀର ଏକ ହସ୍ପିଟାଲରେ ଆଖି ବୁଜିସାରିଛନ୍ତି। ଏହି ଘଟଣା ପରଠାରୁ ବଲିଉଡ୍‌ ଷ୍ଟାରଙ୍କଠାରୁ ଆରମ୍ଭ କରି ରାଜନେତା ସୋସିଆଲ ମିଡିଆରେ ସେମାନଙ୍କର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ସେହିପରି ଆଇଏଏସ୍‌ ଅଫିସର ଅବନୀଶ ଶରଣ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ ମହାତ୍ମାଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଟୁଇଟ୍‌ କରି ଏକ ପ୍ରତିକ୍ରିୟା ଦେଇଛନ୍ତି। ଯାହାକି ଏବେ ଖୁବ୍‌ ଭାଇରାଲ ହେଉଛି।
ଅନନୀଶ ଟୁଇଟ୍‌ରେ ଲେଖିଛନ୍ତି, ‘ଯେଉଁଦିନ ମହିଳାମାନେ ରାତିରେ ଏକା ଏକା ରାସ୍ତାରେ ଯାଇପାରିବେ। ସେହିଦିନ ଦେଶ ସମ୍ପୂର୍ଣ୍ଣ ଭାବେ ସ୍ବାଧୀନ ବୋଲି ଆମେ କହିପାରିବା ବାପୁଜୀ’।
ସୂଚନାଯୋଗ୍ୟ, ୧୪ ସେପ୍ଟେମ୍ବରରେ ଦିଲ୍ଲୀଠାରୁ ୨୦୦ କିଲୋମିଟର ଦୂର ହାଥରସର ଏକ ଗାଁରେ ଜଣେ ଯୁବତୀ ଗଣବଳାତ୍କାରର ଶିକାର ହୋଇଥିଲେ। ପରେ ପୀଡ଼ିତା ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୪ ଜଣ ତାଙ୍କୁ ବଳାତ୍କାର କରିଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ବହୁତ ଖରାପ ଥିଲା। ଅଭିଯୁକ୍ତମାନେ ତାଙ୍କ ଜିଭ ମଧ୍ୟ କାଟି ଦେଇଥିଲେ। ଏହି ଘଟଣାରେ ସମସ୍ତ ଅଭିଯୁକ୍ତ ଏବେ ଜେଲ୍‌ରେ ସଜା କାଟୁଛନ୍ତି।