ଶେଷରେ ଆଖିବୁଜିଲେ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ବରୁଣ ସିଂ

ବେଙ୍ଗାଲୁରୁ,୧୫।୧୨: ଭୟଙ୍କର ହେଲିକପ୍ଟର କ୍ରାଶ ଘଟଣାରେ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଥିବା ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଶେଷରେ ଆଖି ବୁଜିଛନ୍ତି। ଭାରତୀୟ ବାୟୁସେନା ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। କ୍ରାସ୍‌ ସମୟରେ ତାଙ୍କ ଶରୀରର ୪୦% ଅଂଶ ପୋଡି ଯାଇଥିବା ବେଳେ ସେ ଲାଇଫ ସର୍ପୋଟ ସିଷ୍ଟମରେ ରହିଥିଲେ।
ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁର ଜିଲାରେ ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେବଳ ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଜୀବିତ ଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିଲା। ବେଙ୍ଗାଲୁରୁର ସେନା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା।
ବରୁଣଙ୍କ ଘର ଉତ୍ତରପ୍ରଦେଶର ଦେଉରିଆରେ। ତାଙ୍କ ବାପା ଜଣେ ଅବସରପ୍ରାପ୍ତ କର୍ଣ୍ଣେଲ। ବରୁଣ ଗତ ଅଗଷ୍ଟ ମାସରେ ନିଜର ସାହସିକତା ପାଇଁ ସୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନିତ ହୋଇଥିଲେ। ମିଡ ଏୟାର ଇମର୍ଜେନ୍ସି ସତ୍ତ୍ୱେ ଗତ ବର୍ଷ ସେ ତେଜସ ଫାଇଟର ଜେଟକୁ ସୁରକ୍ଷିତ ଭାବେ ଅବତରଣ କରି ଦୁର୍ଘଟଣାକୁ ଏଡାଇ ପାରିଥିଲେ।

Share