ବାଇକ୍‌ରେ ଯାଉଥିଲେ, ହଠାତ୍‌ ପଶିଆସିଲା ମାଙ୍କଡ଼: ଆଉ ତା’ପରେ ଘଟିଲା…

ଦାରିଙ୍ଗବାଡି, ୩।୬(ଅରୁଣ ସାହୁ ): ୫୯ନଂ ଜାତୀୟ ରାଜପଥ ଉପରେ ମାଙ୍କଡ଼ ଏବଂ ଗୋରୁଗାଇଙ୍କ ଉପଦ୍ରବ ବୃଦ୍ଧି ପାଇଛି। ଫଳରେ ବାଇକ ଦୁର୍ଘଟଣା ଦିନକୁ ଦିନ ବଢୁଛି।

ପ୍ରକାଶ ଯେ, ସୋମବାର ଏକ ବୈଠକରେ ଯୋଗଦେବା ପାଇଁ ଦାରିଙ୍ଗବାଡି ଅନ୍ତରଙ୍ଗ ଯୁବ ମହାସଂଘର ସଂଯୋଜକ ଧନେଶ୍ୱର ସାହୁ ବାଇକରେ ବାଇକରେ ବାଲିଗୁଡା ଅଭିମୁଖେ ଯାଉଥିଲେ। ୫୯ନଂ ଜାତୀୟ ରାଜପଥର ମୁଣ୍ଡନାଜୁଠାରୁ ଡେବାକ୍ଲାଉ ମଝିରେ ଏକ ମାଙ୍କଡ଼ ଦୌଡ଼ି ଆସି ଧନେଶ୍ୱରଙ୍କ ଆଗ ଚକାରେ ପଶିଯାଇଥିଲା। ଫଳରେ ଧନେଶ୍ୱର ବାଇକରୁ ଛିଟିକି ପଡିଯାଇଥିଲେ। ଫଳରେ ତାଙ୍କ ହାତ ଓ ଗୋଡ଼ରେ ପ୍ରବଳ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକ ଧନେଶ୍ୱରଙ୍କୁ ଉଦ୍ଧାର କରି ପ୍ରଥମେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ପାଇଁ ନିଆଯାଇଛି।
ଧନେଶ୍ୱରଙ୍କ ପତ୍ନୀ କହିଛନ୍ତି,ଧନେଶ୍ୱର ଅଞ୍ଚଳରେ ଜାଗୃତି ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବେଳେ ସେ ଅନ୍ତରଙ୍ଗ ଯୁବମହାସଙ୍ଘର ସଂଯୋଜକ ଭାବେ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା, ପର୍ଯ୍ୟଟନ ସମେତ ବିଭିନ୍ନ ସ୍ଥାନ କୁ ସଛତା ରଖିବା ପରିବେଶ କୁ ସଛତା ରଖିବା ସହ ଜଙ୍ଗଲଜମି ଅଧିକାର ସମେତ ବିଭିନ୍ନ ଜନହିତରେ କାର୍ଯ୍ୟକରୀ ଲୋକଙ୍କ ପ୍ରିୟଭାଜନ ହୋଇଛନ୍ତି। ତାଙ୍କର ଏହି ଦୁର୍ଘଟଣା ଖବର ପାଇ ତାଙ୍କ ସମ୍ପର୍କୀୟ, ସହକର୍ମୀ ସମସ୍ତେ ତାଙ୍କୁ ଦେଖିବା ପାଇଁ ପହଞ୍ଚିଛନ୍ତି। ଅଞ୍ଚଳବାସୀ ଆଶୁ ଆରୋଗ୍ୟ କାମନା କରିଛନ୍ତି।