Categories: Home Leftଖେଳ

ମୁଁ ଚାହେଁ ଜାଡେଜା ଉପରେ ବ୍ୟାଟିଂ କରନ୍ତୁ: ରୋହିତ

ଲକ୍ଷ୍ନୌ,୨୫।୨: ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଉପର କ୍ରମରେ ବ୍ୟାଟିଂ କରିବାକୁ ଆସିଥିଲେ। ଦୀର୍ଘ ଦିନ ପରେ ଦଳକୁ ଫେରିଥିବା ଜାଡେଜାଙ୍କୁ ଚତୁର୍ଥ କ୍ରମରେ ବ୍ୟାଟିଂ କରିବାକୁ ପଠା ଯାଇଥିଲା। ତେବେ ତାଙ୍କୁ ଅଧିକ ବଲ ଖେଳିବାକୁ ସୁଯୋଗ ମିଳି ନ ଥିଲା। ସେ ୪ ବଲରେ ୩ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଏହାର କାରଣ ମ୍ୟାଚ୍‌ ପରେ କହିଥିଲେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା।

“ଜାଡେଜା ଫେରିବାରୁ ମୁଁ ଖୁବ୍‌ ଖୁସୀ। ଆମେ ତାଙ୍କଠାରୁ ଅଧିକ ଚାହୁଁ। ଏଥିଯୋଗୁ ତାଙ୍କୁ ଉପରେ କ୍ରମରେ ପଠାଇଥିଲୁ। ଆଗକୁ ହେବାକୁ ଥିବା ମ୍ୟାଚ୍‌ରେ ବାରମ୍ବାର ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିବ। ମୁଁ ଚାହେଁ ସେ ଉପରେ ବ୍ୟାଟିଂ କରନ୍ତୁ। ତାଙ୍କ ବ୍ୟାଟିଂ ଏବେ ଉନ୍ନତର ହୋଇଯାଇଛି। ଏଣୁ ଆମେ ତାଙ୍କୁ ପ୍ରମୋଟ କରିବାକୁ ଚାହୁଁଛୁ। ଧଳା ବଲ କ୍ରିକେଟରେ ଆମେ ତାଙ୍କ ଠାରୁ କ’ଣ ଚାହୁଁଛୁ, ତାହା ଆମକୁ ଭଲ ଭାବେ ଜଣାଅଛି” ବୋଲି ଅଧିନାୟକ ରୋହିତ କହିଛନ୍ତି।