ଏମିତି ଡାଇନିଂ ଦେଖିଲେ

ଏହି ବଡ଼ ମସୃଣ ଅଣ୍ଡାକୃତିର ଜିନିଷଟିକୁ ଦେଖି ଭାବୁଥିବେ ଏତେ ବଡ଼ ଅଣ୍ଡା ପୁଣି କେଉଁଠୁ ଆସିଲା? ତେବେ ପ୍ରକୃତରେ ଏହା ଅଣ୍ଡା ନୁହେଁ, ବରଂ ଏକ ଡାଇନିଂ ଟେବୁଲ ଓ ଚେୟାର ସେଟ୍‌। ଏହାକୁ ଏଭଳି ତିଆରି କରାଯାଇଛି ଯେ, ସବୁଗୁଡ଼ିକୁ ଏକାଠି କରିଦେଲେ ତାହା ଅଣ୍ଡା ପରି ଦେଖାଯାଏ। ତୁର୍କର ପ୍ରଡକ୍ଟ ଡିଜାଇନର୍‌ ଫତିହ କାନ ସରିଓଜ୍‌ଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା ଏହି ଡାଇନିଂ ଟେବୁଲର ନାଁ ‘କୁରେ ଡାଇନିଂ’ ଟେବୁଲ। ଗୋଲାକାର ଟେବୁଲ ଚାରିପଟେ ଛଅଟି ଚେୟାର ଏଭଳିଭାବେ ଫିଟ୍‌ ହୋଇ ରହିଥାଏ ଯେ, ଚେୟାରଗୁଡ଼ିକୁ ଟାଣି ବାହାରକଲେ ଫୁଲର ପାଖୁଡ଼ା ମେଲିବା ଭଳି ଦେଖାଯାଏ। ଟେବୁଲ ଉପରେ ଲୁକ୍କାୟିତ ଭାବେ ଏକ ପଡ୍‌ ଥାଏ। ତାହା ଖୋଲିଯାଏ ଓ ଏକ ଲମ୍ବା ଏଲ୍‌ଇଡି ଲାଇଟ୍‌ରେ ପରିଣତ ହୋଇଯାଏ। ଫଳରେ ଡାଇନିଂ ଟେବୁଲଟି ଏକ ସ୍ପେସ୍‌ଶିପ୍‌ ପରି ଦେଖାଯାଏ। ତେଣୁ ଏହା କେବଳ ଏକ ଫର୍ନିଚର ନୁହେଁ, ବରଂ ଏହା ଉପରେ ବସି ଖାଇଲେ ବିଜ୍ଞାନଭିତ୍ତିକ ଫିଲ୍ମର ଅନୁଭୂତି ମିଳିଥାଏ।