ଏପ୍‌ଷ୍ଟିନ୍‌ ମୋତେ ଦୋମୁହଁା କହିଥିଲେ

ନୂଆଦିଲ୍ଲୀ,୧୨।୨: ଆମେରିକୀୟ ସେକ୍ସ ଅଫେଣ୍ଡର ଜେଫ୍ରି ଏପ୍‌ଷ୍ଟିନ୍‌ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଦୋମୁହଁା କହିଥିଲେ। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଣିଥିବା ଅଭିଯୋଗ ଉପରେ ଜବାବ ରଖିବାକୁ ଯାଇ ପୁରୀ ବୁଧବାର ଏହି ସୂଚନା ଦେଇଛନ୍ତି। ଏକ ଖବରଦାତା ସମ୍ମିଳନୀରେ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ପୁରୀ କହିଛନ୍ତି, ରାହୁଲ ତାଙ୍କୁ ପରୋକ୍ଷରେ ଟାର୍ଗେଟ କରୁଛନ୍ତି। କିନ୍ତୁ ଏପ୍‌ଷ୍ଟିନ୍‌ଙ୍କ ଅପରାଧ ସହ ତାଙ୍କର କୌଣସି ସମ୍ପୃକ୍ତି ନାହିଁ।
ପ୍ରକାଶ ଯେ, ଆମେରିକା ପକ୍ଷରୁ ଜାରି କରାଯାଇଥିବା ଏପ୍‌ଷ୍ଟିନ୍‌ ଫାଇଲ୍ସରେ ପୁରୀଙ୍କ ନାମ ଥିବା ଦର୍ଶାଇ କଂଗ୍ରେସ ନେତା ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୁରୀଙ୍କୁ ସମାଲୋଚନା କରିଥିଲେ। ପୁରୀ କହିଛନ୍ତି, ସେ ଜାତିସଂଘରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରି ଅବସର ନେବାର କିଛିମାସ ପରେ ଅନ୍ତର୍ଜାତୀୟ ଶାନ୍ତି ସଂସ୍ଥା (ଆଇପିଆଇ)ରେ ଯୋଗଦେବାକୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ସେ ଆଇପିଆଇରେ ସାମିଲ ହୋଇ ନ ଥିଲେ। ବହୁପକ୍ଷବାଦ ସମ୍ପର୍କିତ ସ୍ୱାଧୀନ କମିଶନରେ ସେ ମହାସଚିବ ଭାବେ କାର୍ଯ୍ୟ କରୁଥିଲେ। ସେ ଏପ୍‌ଷ୍ଟିନ୍‌ଙ୍କୁ ୩-୪ ଥର ଭେଟିଥିଲେ।

Share