ଦେଖା ହୋଇପାରିଲାନି, ଯୁବତୀଙ୍କ ଘର ଆଗରେ ଦେହକୁ କାଟି ପକାଇଲେ

ଢେଙ୍କିକୋଟ,୨୧ା୧(ନୀଳମଣି ମଣ୍ଡଳ):  କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ୍‌ ହାଉସ ଅନ୍ତର୍ଗତ ବଡ଼ମସିଣାବିଲା ପଞ୍ଚାୟତ ସାନମସିଣାବିଲା ଗ୍ରାମରେ ବୁଧବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବତୀଙ୍କୁ ଦେଖିବାରେ ବିଫଳହୋଇ ଜଣେ ଯୁବକ ଉକ୍ତ ଯୁବତୀଙ୍କ ଘର ଆଗରେ ଶରୀରକୁ ବ୍ଲେଡ୍‌ରେ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ଯୁବକଜଣଙ୍କ ଯୋଡ଼ା ଅଞ୍ଚଳର ଆକାଶ କୁମାର(୨୧) ବୋଲି ଜଣାପଡ଼ିଛି।
ଅନୁଯାୟୀ, ଯୁବତୀଙ୍କ ଘର ସାନମସିଣାବିଲା ଗ୍ରାମରେ ହୋଇଥିବାବେଳେ ସେ ପିଉସୀଙ୍କ ଘର କୋଇଡ଼ାରେ ରହୁଥିଲେ। କୋଇଡ଼ାରେ ଆକାଶଙ୍କ ସହ ଦେଖା ସାକ୍ଷାତ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିଛିଦିନ ହେଲା ଯୁବତୀ ନିଜ ଗ୍ରାମ ମସିଣାବିଲାକୁ ଚାଲି ଆସିଥିଲେ। ପରେ ଘର ଲୋକଙ୍କ କଡ଼ା ତାଗିଦ ପରେ ଉଭୟଙ୍କ ମଧ୍ୟରେ ଯୋଗାଯୋଗ ହୋଇପାରି ନ ଥିଲା। ଯୁବକ ବୁଧବାର ଅପରାହ୍ନରେ ସାନମସିଣାବିଲାରେ ପହଞ୍ଚତ୍ ଯୁବତୀଙ୍କୁ ଦେଖାକରିବା ପାଇଁ ଚାହିଁଥିଲେ। ମାତ୍ର ଏଥିରେ ବିଫଳ ହେବାରୁ ସାଙ୍ଗରେ ଆଣିଥିବା ଏକ ବ୍ଲେଡ୍‌ରେ ନିଜ ଦେହର ବିଭିନ୍ନ ସ୍ଥାନକୁ କାଟି ଚାଲିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ୧୧୨ ପୋଲିସ ହେଲ୍ପଲାଇନକୁ ଫୋନ୍‌କରି ଡାକିଥିଲେ। ଘଟଗଁା ପୋଲିସ ପହଞ୍ଚତ୍ ଆକାଶଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସା କରାଇ ପୋଲିସ ଯୁବକଙ୍କୁ ଥାନାରେ ରଖି ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଛି। ଖବର ଲେଖାହେବା ଯାଏ ପରିବାର ଲୋକେ ଘଟଗଁା ଥାନାରେ ପହଞ୍ଚତ୍ ନ ଥିଲେ। ଘଟଗଁା ଥାନା ଅଧିକାରୀ ଶୁଭ୍ରାନ୍ତ ଜେନା କହିଛନ୍ତି, ଏ ସମ୍ପର୍କରେ ଏକ ମାମଲା(ନଂ.୨୭/୨୬) ରୁଜୁ ହୋଇଛି। ପରିବାର ଲୋକ ଆସିବା ପରେ ଆକାଶଙ୍କୁ ହସ୍ତାନ୍ତର କରାଯିବ।

 

Dharitri – The Largest & Most Trusted Odia Daily