Categories: HomeHome Middle

ମୁଁ ଭାରତର ବୋହୂ, ମୋତେ ଏଠି ରଖ: ମୋଦି-ଯୋଗୀଙ୍କୁ ଏମିତି କହି ନିବେଦନ କଲେ ସୀମା ହାଇଦର

ଲକ୍ଷ୍ନୌ,୨୬।୪: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର କଠୋର ପଦକ୍ଷେପ ନେଇଛନ୍ତି। ସରକାର ପାକିସ୍ତାନୀ ନାଗରିକଙ୍କ ଭିଜା ବାତିଲ କରିଛନ୍ତି। ଭାରତରେ ରହୁଥିବା ପାକିସ୍ତାନୀମାନଙ୍କୁ ଏବେ ଦେଶ ଛାଡି ପାକିସ୍ତାନ ଫେରିବାକୁ ପଡିବ। ପ୍ରାୟତଃ ଚର୍ଚ୍ଚାରେ ରହୁଥିବା ସୀମା ହାଇଦରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ କହୁଛନ୍ତି,ମୁଁ ପାକିସ୍ତାନ ଯିବାକୁ ଚାହୁଁନାହିଁ। ମୁଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ମଧ୍ୟ ନିବେଦନ କରୁଛି, ଆପଣମାନଙ୍କ ଶରଣରେ ମୁଁ ଅଛି, ମୁଁ ପାକିସ୍ତାନର ଝିଅ ଥିଲି, କିନ୍ତୁ ଏବେ ଭାରତର ବୋହୂ’ ମୋତେ ଏଠାରେ ରହିବାକୁ ଦିଅ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସୀମା ତାଙ୍କ ସ୍ବାମୀ ସଚିନଙ୍କ ସହ ନଜର ଆସୁଛନ୍ତି।

ଏହି ଭିଡିଓଟି ସୀମା____sachin10 ନାମକ ଏକ ଆକାଉଣ୍ଟରୁ ଶେୟାର କରାଯାଇଛି। ଏହାକୁ ଏପର୍ଯ୍ୟନ୍ତ ହଜାର ହଜାର ଲାଇକ ମିଳିସାରିଛି। ସୂଚନାଯୋଗ୍ୟ, ସୀମା ହାଇଦର ୨୦୨୩ରେ ଭାରତରେ ପ୍ରବେଶ କରିଥିଲେ ଏବଂ ସେ ଭାରତୀୟ ଯୁବକ ସଚିନଙ୍କୁ ପ୍ରେମ କରୁଥିଲେ। ସେବେଠାରୁ ସେ ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ପୁଣିଥରେ ପାକିସ୍ତାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ସୀମାଙ୍କ ଏହି ବୟାନ ଆଲୋଚନାର ବିଷୟ ପାଲଟିଛି।

 

Share