ବିଚ୍‌ ରାସ୍ତାରେ ହାଇଡ୍ରାମା: ପ୍ରଥମେ ଅଟୋବାଲକୁ ଗୋଡ଼ରୁ ଚପଲ କାଢ଼ି କଶିପକାଇଲେ ମହିଳା ପରେ…

ବିଚ୍‌  ରାସ୍ତାରେ ହାଇ ଡ୍ରାମା ।(ଭିଡିଓ କରିବ ତ’କର) ଏମିତି କହି ଅଟୋ ଡ୍ରାଇଭରଙ୍କୁ ଚପଲରେ ପିଟିଲେ ମହିଳା । ଭିଡିଓ ଭାଇରାଲ ପରେ ଡ୍ରାଇଭରଙ୍କ ଗୋଡ଼ ତଳେ ପଡ଼ି ମାଗିଲେ କ୍ଷମା। ସେପଟେ ଅଟୋ ଡ୍ରାଇଭରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଥିବାବେଳେ ଏବେ ସେ ଜାମିନରେ ଆସିଛନ୍ତି । ନିକଟରେ ଏଭଳି ଏକଘଟଣା  ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ,
ପାଙ୍ଖୁରୀ ମିଶ୍ର ନାମକ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହ ବାଇକ ଯୋଗେ ଯାଉଥିଲେ । ପାଙ୍ଖୁରୀଙ୍କ ଅଭିଯୋଗ, ଅଟୋ ଡ୍ରାଇଭର ଜଣକ ତାଙ୍କ ପାଦ ଉପରେ ଗାଡି ଚଢାଇ ଦେଇଥିଲେ । ଫଳରେ ସେ ରାଗିଯାଇ ଗାଳିଗୁଲଜ କରିଥିଲେ । ସେପଟେ ଏ ଅଭିଯୋଗ ଡ୍ରାଇଭର ଲୋକେଶ ଖଣ୍ଡନ କରିଛନ୍ତି ।
ପାଙ୍ଖୁରୀଙ୍କ କହିବା କଥା, ସେ ସମୟରେ ଲୋକେଶ ଯୁକ୍ତିତର୍କ ସମୟରେ ମୋବାଇଲ ରେକର୍ଡିଂ ଆରମ୍ଭ କରିଦେଲେ । ଆଉ କନ୍ନଡରେ ନକହି ହିନ୍ଦୀରେ କହୁଛ ବୋଲି କହିଥିଲେ । ଯେଉଁଥିପାଇଁ ପାଙ୍ଖୁରୀ ଅଧିକ ରାଗି ଯାଇଥିଲେ । ଆଉ ଭିଡିଓ କରିବ ତ…କର କହି ଚପଲରେ ମାରିଥିଲେ । ଘଟଣାସ୍ଥଳରେ ପାଙ୍ଖୁରୀଙ୍କସ୍ବାମୀ ମଧ୍ୟ ଉପସ୍ଥିତ ଥିଲେ ।
ଭିଡିଓ ଭାଇରାଲ ପୋଲିସ ପରେ ପାଙ୍ଖୁରୀ ମିଶ୍ରଙ୍କୁ ଗିରଫ କରିଥିଲା । ଏଥିପାଇଁ ଡ୍ରାଇଭରଙ୍କୁ ପାଦ ଛୁଇଁ କ୍ଷମା ମାଗିବା ସହ ପାଙ୍ଖୁରୀ କହିଛନ୍ତି, “ମୁଁ ଗର୍ଭବତୀ ଅଛି । ଗର୍ଭପାତ ଯେପରି ନ ହୋଇଯାଉ ସେନେଇ ଭୟଭୀତ ହୋଇଯାଇଥିଲି। ସେଥିପାଇଁ ରାଗରେ ଏପରି ବ୍ୟବହାର କରିଛି । ମୁଁ ବେଙ୍ଗାଲୁରୁ ଓ ଏଠାକାର ଲୋକ ତଥା ସଂସ୍କୃତିକୁ ବେଶ ପସନ୍ଦ କରେ ।”ତେବେ  ପାଙ୍ଖୁରୀ ହେଉଛନ୍ତି ବିହାରର ବାସିନ୍ଦା । ସେ ଦୀର୍ଘ ଦିନ ହେବ ବେଙ୍ଗାଲୁରୁରେ ରହିଆସୁଛନ୍ତି ।

Share