ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ମଉଜ କରୁକରୁ ଚାଲିଗଲା ଜୀବନ । ଜାନୁଆରୀ ୧ ତାରିଖରେ ହାଇଦ୍ରାବାଦରେ ନୂତନ ବର୍ଷର ଉତ୍ସବ ଦୁଃଖଦ ହୋଇଗଲା । ବିରିୟାନି ପାର୍ଟି ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି । ଏହି ଘଟଣା ମେଡଚଲ-ମାଲକାଜଗିରି ଜିଲାର ଭବାନୀ ନଗରରେ ଘଟିଛି ।
ବନ୍ଧୁମାନଙ୍କ ସହିତ ନୂତନ ବର୍ଷ ପାଳନ କରୁଥିବା ସମୟରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଜଣେ ୫୩ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ୧୭ ଜଣ ବନ୍ଧୁ ଡିସେମ୍ବର ୩୧ ରାତିରେ ଜିରୋ ନାଇଟ ପାର୍ଟି ଆୟୋଜନ କରିଥିଲେ । ବନ୍ଧୁମାନେ ବିରିୟାନି ଖାଇ ଏବଂ ମଦ୍ୟପାନ କରି ନୂତନ ବର୍ଷ ଦିବସକୁ ବହୁତ ଉତ୍ସାହର ସହିତ ପାଳନ କରିଥିଲେ। ମଧ୍ୟରାତ୍ରିରେ ପାର୍ଟି ଶେଷ ହେବା ପରେ, ଯେତେବେଳେ ସେମାନେ ସମସ୍ତେ ଘରକୁ ଫେରିବାକୁ ପରେ ପାଣ୍ଡୁ ନାମକ ବ୍ୟକ୍ତି ଅସୁସ୍ଥ ହୋଇପଡିଥିଲେ ।
ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାର ପ୍ରମୁଖ ମୁଖ୍ୟ କାରଣ ଫୁଡ ପଏଜନ ବୋଲି ଜଣାପଡଛି । ଯୁବକଜଣକ ଅସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ପାଣ୍ଡୁଙ୍କ ବ୍ୟତିତ ଆହୁରି ପନ୍ଦର ଜଣ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିବା ନେଇ ସୂଚନା ରହିଛି । ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସା ଜାରି ରହିଛି ।