ପଦ୍ମପୁର,୧୮।୧୧(କାଳୀପଦ ରୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତ ପାଳସାହି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି।
ସୂଚନା ଅନୁଯାୟୀ, ଗ୍ରାମର ପ୍ରଫୁଲ୍ଲ ଲେଙ୍କା ଭୋଜି ଖାଇବାକୁ ଯାଇଥିଲେ। ଘରେ ତାଙ୍କ ସ୍ତ୍ରୀ କାମିନୀ ଓ ଝିଅ ଥିଲେ, ଏହି ସମୟରେ ୫ ଜଣ ଦୁବୃର୍ର୍ତ୍ତ ବନ୍ଧୁକ ଓ ଭୁଜାଲି ଦେଖାଇ ସେମାନଙ୍କୁ ଭୟଭୀତ କରି ଗୋଟେ ଘର ଭିତରେ ବାନ୍ଧିପକାଇଥିଲେ। କାମିନୀଙ୍କୁ ମାଡ ମାରିବା ସହ ମୁଣ୍ଡକୁ ଭୁଜାଲିରେ ହାଣି ସେ ପିନ୍ଧିଥିବା ସୁନା ଗହଣା ଓ ଘରେ ଥିବା ଦୁଇ ଭରିରୁ ଊର୍ଦ୍ଧ୍ୱ ସୁନା ଅଳଙ୍କାର ନେଉଥିବା ବେଳେ ପ୍ରଫୁଲ୍ଲ ଘରକୁ ଫେରି ଆସିବା ଦେଖି ଦୁର୍ବୃତ୍ତମାନେ ଦୌଡ଼ି ପଳାଇବା ବେଳେ ଜଣକୁ ଗ୍ରାମବାସୀ ମାଡ଼ିବସିଥିଲେ। ଦୁର୍ବୃତ୍ତମାନେ ଆସିଥିବା ବୋଲେରୋଗାଡିକୁ ଗ୍ରାମବାସୀମାନେ ପିଚ୍ଛାକରି ଲକ୍ଷ୍ମୀଦାସପୁର ଛକ ନିକଟରେ ଧରିଥିଲେ। ଖବର ପାଇ ନୟାକଣିିଡ଼ିହି ଓ କଷିଆ ସାମୁଦ୍ରିକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଓ ଚାଳକଙ୍କୁ ଧରିଥିବା ବେଳେ ଅନ୍ୟତିନି ଦୁର୍ବୃତ୍ତ ଅନ୍ଧାରର ସୁଯୋଗ ନେଇ ଦୌଡ଼ି ପଳେଇଥିଲେ।
Dharitri – Odisha’s No.1 Odia Daily